Odisha Link
Bridging the Missing Links in Odisha

୫୬୯କେଜି ଗଞ୍ଜେଇ ଜବତ

ରାୟଗଡ଼ା: ରାଜ୍ୟର ଅନେକ ସ୍ଥାନରୁ ଗଞ୍ଜେଇ ଜବତ କରୁଛି ପୁଲିସ । ରାୟଗଡା ଜିଲ୍ଲା ଗୁମୁଡାରେ ମଙ୍ଗଳବାର ପାଇପରେ ଗଞ୍ଜେଇ ଚାଲାଣ ବେଳେ ଜବତ ହେଇଥିଲା । ୫୬୯କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ମୂଲ୍ୟ ୫୬ଲକ୍ଷ ୯୦ହଜାର ଟଙ୍କା ବୋଲି ଜଣାପଡ଼ିଛି ।

ଘଟଣାସ୍ଥଳରୁ ଗାଡି ଚାଳକ ଓ ହେଲ୍ପର ଫେରାର୍ ରହିଛନ୍ତି । ଗୁଣୁପୁର ପୁଲିସ ଟ୍ରକ ସହ ଗୋଟିଏ ଫୋନ୍ ଓ ଏଟିଏମ କାର୍ଡ ଜବତ କରିଛି । ଗତକାଲି ଖବର ପାଇ ଗୁଣୁପୁର ପୋଲିସ୍ ଗଞ୍ଜେଇ ଭର୍ତ୍ତି ଲୁହା ପାଇପ ବୋଝେଇ ଟ୍ରକ ଅଟକାଇ ଯାଞ୍ଚ କରିଥିଲା । ଟ୍ରକଟି ରାୟଗଡ଼ା ଓ ଗଜପତିରୁ ବାହାରି ଭାୟା ରାମନାଗୁଡା ଓ ଗୁମୁଡା ଦେଇ ଉତ୍ତରପ୍ରଦେଶ ଅଭିମୁଖେ ଯାତ୍ରା କରୁଥିଲା ।

Comments are closed.