ବ୍ଲକ ଅଫିସ୍ ଭିତରେ ମହିଳାଙ୍କ ମାରପିଟ୍, ୬ କର୍ମଚାରୀ ଆହତ

ଭଦ୍ରକ: ଭଦ୍ରକ ବନ୍ତ ବ୍ଲକ ଅଫିସ୍ ଭିତରେ ପଶି ମାରପିଟ୍ କରିଛନ୍ତି ମହିଳା ମହାସଂଘ ସଦସ୍ୟା। ୨୦ରୁ ଅଧିକ ମହିଳା ସଦସ୍ୟା ବ୍ଲକ ଅଫିସ୍ ଭିତରେ ପଶି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି। ମହାସଂଘ ସଦସ୍ୟାଙ୍କ ମାଡରେ ୨ ଜଣ ବ୍ଲକ କର୍ମଚାରୀ ଓ ୪ ପୋଲିସ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଜାରି ରହିଛି।
ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦିକାଙ୍କୁ ବହିଷ୍କାର କରିବା ପ୍ରତିବାଦରେ ବନ୍ତ ବ୍ଲକ ସମ୍ମୁଖରେ ଆଜି ବିକ୍ଷୋଭ କରାଯାଉଥିଲା। ଏହି ସମୟରେ ବିକ୍ଷୋଭ କରୁଥିବା କେତେକ ମହିଳା ବ୍ଲକ କାର୍ଯ୍ୟାଳୟ ଭିତରେ ପଶି ବିପିଏମ୍ ଓ ଓଏଲ୍ଏମ୍ ଅଧିକାରିଣୀଙ୍କୁ ମାଡ଼ ମାରିବା ସହ ତାଙ୍କ ଅଫିସରେ ଭଙ୍ଗାରୁଜା କରିଛନ୍ତି।ଏପରିକି ଝାଡୁ, ପହଁରା ଧରି ମାଡ଼ ମାରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚିରିଛନ୍ତି। ଅଫିସରେ ଥିବା କମ୍ପୁଟରକୁ ମଧ୍ୟ ଭାଙ୍ଗିଛନ୍ତି।