Odisha Link
Bridging the Missing Links in Odisha

ଫ୍ରାନ୍ସରେ ଆତଙ୍କୀ ହମଲା: ୩ ମୃତ

ଫ୍ରାନ୍ସ : ଫ୍ରାନ୍ସର ନାଇସ ସହରର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆତଙ୍କବାଦୀ ଛୁରୀରେ ଆକ୍ରମଣ କରି ଜଣେ ମହିଳାଙ୍କ ମୁଣ୍ଡ କାଟିବା ସହ , ୨ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଛି ।

ସୂଚନା ଅନୁସାରେ, ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଛନ୍ତି ନାଇସ୍ ମେୟର । ହରର ନୋଟ୍ରେ ଡାମେ ଚର୍ଚ୍ଚରେ ଛୁରା ମାଡ଼ ହୋଇଛି। ଛୁରା ମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ଅଟକ ରଖିଛି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ।

ନାଇସରେ ହୋଇଥିବା ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ। ତଥାପି ନିକଟରେ ଜଣେ ସ୍କୁଲ ଶିକ୍ଷକଙ୍କ ମୁଣ୍ଡ କାଟ ଓ ଆଗକୁ ବଡ଼ ଧରଣର ଆକ୍ରମଣ ପାଇଁ ଧମକ ମିଳିଥିବାରୁ ଏହା ପଛରେ କୌଣସି ଆତଙ୍କବାଦୀ ସଂଗଠନର ହାତ ରହିଥାଇ ପାରେ ବୋଲି ଆଶଙ୍କା କରାଯାଇଛି। ଘଟଣା ପରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments are closed.