Odisha Link
Bridging the Missing Links in Odisha

ଉପ ନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟର ୨ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ସୁଶୀଲ ଲୋହାନୀ ବାଲେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗସ୍ତ କରିବା ସହିତ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି।

କରୋନା ମହମାରୀକୁ ଦୃଷ୍ଟିରେ ରଖି କୋଭିଡ୍ ଗାଇଡଲାଇନ ପାଳନ ପୂର୍ବକ ସୁରକ୍ଷିତ ଉପାୟରେ ଭୋଟ ଦାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱ ଦେଇଛନ୍ତି। ସମସ୍ତ ଭୋଟରଙ୍କୁ ଧର୍ମାଲ ସ୍କ୍ରିନିଂ କରିବା ପରେ ଭିତରକୁ ଭୋଟିଂ ପାଇଁ ଛଡାଯିବ। ଯାହାର ତାପମାତ୍ରା ଅଧିକ ଥିବ ତେବେ ଅପରାହ୍ନ ୫ଟା ପରେ ଭୋଟ ଗ୍ରହଣ କରାଯିବ। ଏଥିସହ ଉଭୟ ଉପ ନିର୍ବାଚନରେ ପୋଲିଂ ପାର୍ଟିର ସଦସ୍ୟ ମାନେ ପିପିଇ କିଟ ପିନ୍ଧି ଭୋଟଗ୍ରହଣ କରିବେ ବୋଲି ସିଇଓ ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି। ଶ୍ରୀ ଲୋହାନୀ ପୋଷ୍ଟାଲ ବାଲାଟ ମତଦାନ ସଂଗ୍ରହରେ ସ୍ୱଚ୍ଛତା ଏବଂ ଗୋପନୀୟତା ଉପରେ ମଧ୍ୟ ପରାମର୍ଶ ଦେଇଛନ୍ତି।

Comments are closed.