ପରଲୋକରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ

ଅହମଦାବାଦ: ପରଲୋକରେ ବରିଷ୍ଠ ରାଜନେତା ତଥା ଗୁଜାରଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ। ଗୁରୁବାର ସକାଳେ ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା। ମେଡିକାଲରେ ଚିକିତ୍ସିତ ହେବା ସମୟରେ ତାଙ୍କର ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।
କିଛିଦିନ ତଳେ ଦିବଙ୍ଗତ କେଶୁଭାଇ ପଟେଲ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ହେଲେ ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଯାଇଥିଲେ। ତାଙ୍କର ମୃତ୍ୟୁରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଶୋକ ପ୍ରକାଶ କରିଛନ୍ତି।