Odisha Link
Bridging the Missing Links in Odisha

ମୁମ୍ବାଇ ପୋଲିସକୁ ଟ୍ବିଟର ଜରିଆରେ ସାହାଯ୍ୟ ମାଗିଲେ ନିଆ ଶର୍ମା

ନୂଆଦିଲ୍ଲୀ : ଅଭିନେତ୍ରୀ ନିଆ ଶର୍ମା ମୁମ୍ବାଇ ପୋଲିସକୁ ଟ୍ବିଟର ଜରିଆରେ ସାହାଯ୍ୟ ମାଗିଛନ୍ତି। କାର୍‌ରୁ ତାଙ୍କର ହ୍ୟାଣ୍ଡବ୍ୟାଗ୍ ଚୋରି ହୋଇଯାଇଛି ଏହି ଘଟଣା ମୁମ୍ବାଇର ଲୋଅର ପରେଲ୍ ଅଞ୍ଚଳରେ ଘଟିଛି। ସେ ତାଙ୍କ ଅଫିସିଆଲ ଟ୍ୱିଟରରେ ନିଜ ହ୍ୟାଣ୍ଡବ୍ୟାଗର ଫଟୋ ସେୟାର କରି ଲେଖିଥିଲେ ଯେ କେହି ତାଙ୍କ ହ୍ୟାଣ୍ଡବ୍ୟାଗ୍ ତାଙ୍କ କାରରୁ ଉଠାଇ ନେଇଛି। ଲୋଅର ପରେଲର ସେନାପତି ବାପତ ମାର୍ଗ ସିଗନାଲରେ ଏହି ଘଟଣା ଘଟିଛି। ଯେକୌଣସି ସାହାଯ୍ୟ ତାଙ୍କ ପାଇଁ ବହୁତ ମୂଲ୍ୟ ରଖିଥାଏ।

ନିଆ ଅଭିଯୋଗ କରିବାରୁ ତୁରନ୍ତ ମୁମ୍ବାଇ ପୋଲିସ୍ ତରଫରୁ ଜବାବ ଆସିଥିଲା। ଯେଉଁଥିରେ ଲେଖା ଥିଲା ‘ଆମେ ଆପଣଙ୍କୁ ଫଲୋ କରୁଛୁ। ଆପଣଙ୍କୁ ରିକ୍ବେଷ୍ଟ କରୁଛୁ ଯେ ନିଜ ନମ୍ବର ଆମକୁ ଇନବକ୍ସ କରନ୍ତୁ। ଡିଟେଲ୍ସ ପାଇଁ ଆମେ ଆପଣଙ୍କୁ ଖୁବ୍ ଶୀଘ୍ର ଫୋନ୍ କରିବୁ।’

ମୁମ୍ବାଇ ପୋଲିସ୍ ତରଫରୁ ମିଳିଥିବା ଜବାବରେ ଖୁସି ହୋଇ ନିଆ ଶର୍ମା ତାଙ୍କ ଧନ୍ୟବାଦ କରି ଲେଖିଛନ୍ତି ଯେ- ଏତେ ଶୀଘ୍ର ଉତ୍ତର ଦେଇଥିବାରୁ ଧନ୍ୟବାଦ। ଏହା ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସକୁ ନିଜ ସହ ହୋଇଥିବା ଅତ୍ୟାଚାରର ଘଟଣା ସେୟାର କରିଛନ୍ତି।

ଏଥିରେ ମୁମ୍ବାଇ ପୋଲିସ୍ ଜୋରସୋରରେ ଆକ୍ସନ୍ ନେଇଛି।ନିୟା ଶର୍ମା ଅନେକ ଲୋକପ୍ରିୟ ଟିଭି ଶୋରେ କାମ କରିଛନ୍ତି। ନିଆ ‘ଏକ ହଜାରୋଁ ମେଁ ମେରି ବେହେନା ହେ’,‘ଜମାଇ ରାଜା’,‘ଇସ୍କ ମେ ମରଜାଓ୍ବାଁ,‘ନାଗିନ୍ ୪’ଭଳି ଶୋରେ କାମ କରିଛନ୍ତି। ନିୟା ଖତରୋଁ କେ ଖିଲାଡ଼ି ମେଡ ଇନ୍ ଇଣ୍ଡିଆ ଜିତିଛନ୍ତି।