Odisha Link
Bridging the Missing Links in Odisha

ଉପନିର୍ବାଚନ: ଆଜି ବାଲେଶ୍ୱରରେ ଭର୍ଚୁଆଲ୍ ପ୍ରଚାର କରିବେ ନବୀନ

ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ମାହମାରୀକୁ ଦୃଷ୍ଟିରେ ରଖି ନବୀନ ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରିବା ସହ ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଙ୍କ ପାଇଁ ପ୍ରଚାର କରିବେ। ଭର୍ଚୁଆଲ ପ୍ରଚାର ପାଇଁ ବାଲେଶ୍ୱର ସହରର ଆଇଟିଆଇ ପଡିଆ, ସିଦ୍ଧି କଲ୍ୟାଣମଣ୍ଡପ ସମେତ ୪ ଟି ସ୍ଥାନରେ ଏବଂ ଗ୍ରାମାଞ୍ଚଳର ୪ ଟି ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯାଇଛି।

ଉପନିର୍ବାଚନ ପ୍ରଚାର ପାଇଁ ସେପଟେ କଂଗ୍ରେସ ତରଫରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଧାୟକ ସୁର ରାଉତରାୟ, ତାରାପ୍ରସାଦ ବାହିନୀପତି। ବିଜେପି ତରଫରୁ ପ୍ରଚାର କରିବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା। ବସନ୍ତଙ୍କ ସହ ଲେଖାଶ୍ରୀ ସାମନ୍ତ ସିଂହାର ଦଳର ପ୍ରାର୍ଥୀ ମାନସ ଦତ୍ତ ଙ୍କ ପାଇଁ ପ୍ରଚାର କରୁଛନ୍ତି।

Comments are closed.