Odisha Link
Bridging the Missing Links in Odisha

ଟୁଇଟରକୁ ଭାରତ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଲଦାଖ ଚୀନର ଅଂଶବିଶେଷ ବୋଲି ଟ୍ୱିଟର ଲୋକେସନ ସେଟିଂରେ ଦର୍ଶାଯିବା ପରେ ଟୁଇଟରକୁ ଭାରତ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ସଂଯୁକ୍ତ ସଂସଦୀୟ କମିଟି ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିବା ଜଣାପଡିଛି। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ। ଏହା ଏକ ଫୌଜଦାରୀ ଅପରାଧ ଅଟେ। ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ମିନାକ୍ଷୀ ଲେଖି କହିଛନ୍ତି।

ପୂର୍ବରୁ ମଧ୍ୟ ଭାରତର ସାର୍ବଭୌମତ୍ୱରେ ଆଞ୍ଚ ନଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଟୁଇଟରକୁ ଚେତାବନୀ ଦିଆଯାଇଥିଲା। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଟୁଇଟର ସିଇଓଙ୍କୁ ଚିଠି କରାଯାଇଥିଲା। ଭାରତର ଭୁଲ୍ ମ୍ୟାପ ପ୍ରଦର୍ଶନ କରିଥିବାରୁ ଟୁଇଟରକୁ ଚେତାବନୀ ଦିଆଯାଇଥିଲ। ଗତ ୨୨ ତାରିଖ ଦିନ ଟୁଇଟରରେ ଭାରତର ବିବାଦୀୟ ମ୍ୟାପ ପ୍ରଦର୍ଶନ ହୋଇଥିଲା। ଉକ୍ତ ମ୍ୟାପରେ ଜାମ୍ମୁ ଓ କାଶ୍ମୀରକୁ ଚୀନର ବୋଲି ଦର୍ଶାଯାଇଥିଲା।

Comments are closed.