Odisha Link
Bridging the Missing Links in Odisha

କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ୩ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ଅତଙ୍କବାଦୀଙ୍କ ଟାର୍ଗେଟରେ ବିଜେପି ନେତା। ଗୁରୁବାର ବିଳମ୍ବିତ ସଂଧ୍ୟାରେ ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନିଜଣ ସ୍ଥାନୀୟ ବିଜେପି ନେତାଙ୍କ ଉପରକୁ ଆତଙ୍କୀ ଆକ୍ରମଣ। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନିଶ୍ଚିତ କରି କୁଲଗାମ ପୁଲିସ କହିଛି ଯେ ମୃତକମାନେ ହେଲେ ଫିଦା ହୁସେନ୍ ୟାଟୁ, ଉମର ରାମଜାନ ହଜନ ଏବଂ ଉମର ରସିଦ ବେଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ତିନି ଯୁବ କର୍ମକର୍ତ୍ତାଙ୍କ ବିୟୋଗରେ ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସୂଚନା ଅନୁଯାୟୀ ବିଜେପି ଯୁବ ମୋର୍ଚ୍ଚାର ସଂପାଦକ ଫିଦା ହୁସେନ ନିଜର ଦୁଇ ସାଥୀଙ୍କ ସହ ଘର ଅଭିମୁଖେ ଯାଉଥିଲେ। ସେହି ସମୟରେ ଲୁଚି ରହିଥିବା ଆତଙ୍କବାଦୀ ଅଚାନକ ତିନି ଜଣଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ।

କୁଲଗ୍ରାମ ପୋଲିସ୍‌କୁ ଗୁରୁବାର ରାତି ୮ଟାରେ ବିଜେପିର ୩ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିଥିଲା। ଏହା ପରେ ବରିଷ୍ଠ ପୁଲିସ ଅଧିକାରୀ ଓ ଯବାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍‌ ସେନା ସହିତ ମିଶି ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

Comments are closed.