Odisha Link
Bridging the Missing Links in Odisha

କରୋନା: ରାଜଧାନୀରୁ ଆଉ ୮୭ ଆକ୍ରାନ୍ତ ଚିହ୍ନଟ, ୨୩୭ ସୁସ୍ଥ

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଧୀରେ ଧୀରେ କମୁଛି କରୋନ ସଂକ୍ରମଣ। ଆଜି ଭୁବନେଶ୍ୱରରୁ ଚିହ୍ନଟ ଆଉ ୮୭ ଜଣ କରୋନା ପଜିଟିଭ୍। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୭୨ରେ ପହଞ୍ଚିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୯ ଜଣ ରହିଥିବା ବେଳେ ୬୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୨୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ପ୍ରକାଶ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୦୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫୭୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୭୩୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.