Odisha Link
Bridging the Missing Links in Odisha

ଉପନିର୍ବାଚନ ପାଇଁ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ହେବ। ଏଥିପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗଡ଼ିକ ଛୁଟି ରହିବ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ମିଳିବ। ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ମଧ୍ୟ ଛୁଟିରେ ଘରକୁ ଯାଇ ଭୋଟ ଦେଇପାରିବେ। ସେହିଭଳି ଭୋଟ ଦେବା ପାଇଁ ବାହାରେ ଚାକିରି କରୁଥିବା ଲୋକ ଛୁଟି ନେଇପାରିବେ।