Odisha Link
Bridging the Missing Links in Odisha

ଏଣିକି ଅନଲାଇନରେ ହେବ ବିଧାନସଭାର କାର୍ଯ୍ୟ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କାର୍ଯ୍ୟ ଶୈଳୀ ବଦଳୁଛି। ଏହାରି ମଧ୍ୟରେ ବଦଳିଛି ବିଧାନସଭାର କାର୍ଯ୍ୟକରିବାର ଶୈଳୀ। ଏଣିକି ବିଧାନସଭାର ସବୁ କାମ ଅନଲାଇନରେ ହେବା ନେଇ ନିଆଯାଇଛି ନିଷ୍ପତ୍ତି। ଏଥିପାଇଁ ପୂରା ବିଧାନସଭାକୁ ଇ-ବିଧାନସଭା କରାଯିବା ସହିତ ପୂରା ବିଧାନସଭାକୁ ୱlଇଫାଇ କରାଯାଇଛି।

ଫୋନରେ କଥା ହେବା ପାଇଁ ସାରା ବିଶ୍ୱକୁ ନେଟୱର୍କରେ ଯୋଡ଼ା ଯାଇଛି ।୩୮୩ ବିଧାନସଭା କର୍ମୀଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି। ସମସ୍ତ ଫାଇଲ କାମ କମ୍ପ୍ୟୁଟରରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଧାନସଭା ଭିତରେ ଦୁଇଟା ଭିଡିଓ କନ୍ଫରେନ୍ସିଂ ହଲ କରାଯାଇଛି। ଏଥିରୁ ଗୋଟିଏ ବିଧାୟକଙ୍କ ପାଇଁ ରଖା ଯାଇଛି। ଏବଂ ସମସ୍ତ ବିଧାୟକଙ୍କୁ କମ୍ପ୍ୟୁଟର ଓ ଆଇପ୍ୟାଡ ଯୋଗାଇ ଦିଆଯାଇଛି।

ତେଣୁ ଏହି ସପ୍ତାହରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ। ୨୪ଘଣ୍ଟା ଭିତରେ ବିଧାନସଭାର ସବୁ କାମ ହେବା ସହ କେନ୍ଦ୍ର ସରକାର ଦେଶର ସବୁ ବିଧାନସଭାକୁ ଇ-ବିଧାନସଭା କରିବାକୁ ଲକ୍ଷ୍ୟ ରଖିଥିବାବେଳେ ପ୍ରଥମେ ହିମାଚଳ ପ୍ରଦେଶରେ ଏହା କାର୍ଯ୍ୟକାରୀ କରାଯାଇଛି। ଏବେ ଓଡିଶା ଓ ପଞ୍ଜାବରେ ଏହା ଆରମ୍ଭ ହେବ। କେନ୍ଦ୍ର ଓ ରାଜ୍ୟର ୬୦ ଓ ୪୦ ଭାଗରେ ଏହି କାର୍ଯ୍ୟକ୍ରମ କରାଯାଉଛି ।ଏଥି ଲାଗି ଗତକାଲି କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

Comments are closed.