Odisha Link
Bridging the Missing Links in Odisha

ମଥୁରା ମନ୍ଦିରରେ ନମାଜ ପାଠ: ୪ ଜଣଙ୍କ ନାମରେ ମାମଲା

ମଥୁରା: ମନ୍ଦିର ଭିତରେ ନମାଜ ପାଠ କରିବା ପଡ଼ିଲା ମହଙ୍ଗା। ଏଭଳି ଘଟଣା ଘଟଛି ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ। ମଥୁରାରେ ଥିବା ଏକ ମନ୍ଦିରରେ ନମାଜ ପାଠକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମଥୁରାର ନନ୍ଦ ବାବା ମନ୍ଦିରରେ ନମାଜ ପାଠ କରାଯାଇଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ୪ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଭିଯୋଗ ରହିଛି ଯେ, ୨୯ ଅକ୍ଟୋବରରେ ମଥୁରାର ନନ୍ଦ ବାବା ମନ୍ଦିରକୁ ୪ ଜଣ ଲୋକ ଆସିଥିଲେ। ତାଙ୍କ ଭିତରେ ଦୁଇଜଣ ଲୋକ ମନ୍ଦିରର ସେବାୟତଙ୍କୁ ମିଛ କଥା କହି ମନ୍ଦିର ପରିସରରେ ନମାଜ ପାଠ କରିଥିଲେ।

ଏବେ ଏହି ମାମଲାରେ ୧୫୩ ଏ, ୨୯୫, ୫୦୫ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ଏଫଆଇଆର ମନ୍ଦିର ପ୍ରଶାସନ ପକ୍ଷରୁ ରୁଜୁ କରାଯାଇଛି, ଯେଉଁଥିରେ କୁହାଯାଇଛି ଦିଲ୍ଲୀରୁ ଦୁଇଜଣ ଲୋକ ମନ୍ଦିରକୁ ଆସିଥିଲେ। ଦୁଇ ଜଣ ବିନା ଅନୁମତିରେ ମନ୍ଦିର ପରିସରରେ ନମାଜ ପାଠ କରିଥିଲେ ଓ ନିଜର ଫଟୋ ସୋସିଆଲ ମିଡିଆରେ ଦେଇଥିଲେ, ଯାହାକି ଭାଇରାଲ ହେଉଛି। ଏଫଆଇଆରରେ କୁହାଯାଇଥିଲା ତାଙ୍କର ଏଭଳି ଫଟୋ ଦ୍ବାରା ହିନ୍ଦୁଙ୍କ ଆସ୍ଥାକୁ ଗଭୀର ଆଘାତ ଲାଗିଛି।

ଅଭିଯୋଗ ରହିଛି ଯେ, ଏହି ଲୋକ ମନ୍ଦିର ଫଟୋର ଦୁରୂପଯୋଗ ନକରନ୍ତୁ ଓ ଏହାକୁ ବିଦେଶୀ ସଂଗଠନଦ୍ବାରା ଫଣ୍ଡିଂ ନକରନ୍ତୁ। ଏଭଳି ମାମଲାର ଖୁବ୍ ଶୀଘ୍ର ତଦନ୍ତ କରିବାକୁ ଅପିଲ କରାଯାଇଛି। ଉଲ୍ଲେଖନୀୟ ଯେ, ମଥୁରାରେ ଏଭଳି ମାମଲା ସେତେବେଳେ ଆସିଥିଲା ଯେତେବେଳେ କୃଷ୍ଣ ଜନ୍ମଭୂମି ଓ ଏହା ପାଖରେ ଥିବା ମସଜିଦ୍ ମାମଲା କୋର୍ଟରେ ପହଁଞ୍ଚିଥିଲା।

Comments are closed.