Odisha Link
Bridging the Missing Links in Odisha

କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି। ଚେନ୍ନାଇର ଏହି ଅଲରାଉଣ୍ଡର ୨୦୨୧ରୁ ଆଉ ହଳଦିଆ ଜର୍ସିରେ ନଜର ଆସିବେନି। କ୍ରିକେଟ ମଇଦାନରେ ଆଉ ଦେଖିବାକୁ ମିଳିବନି ବିଶ୍ବ କ୍ରିକେଟର ଷ୍ଟାର ଖେଳାଳି ସେନ୍‌ ଓ୍ବାଟସନ୍‌ ଙ୍କ ଖେଳ‌। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇ ସାରିଥିବା ଓ୍ବାଟସନ୍‌ ଏବେ ସମସ୍ତ ପ୍ରକାର କ୍ରିକେଟରୁ ସନ୍ୟାସ ଘୋଷଣା କଲେ। ଚେନ୍ନାଇ ସୁପରକିଙ୍ଗସ୍‌ ଲାଗି ଆଇପିଏଲ-୨୦୨୦ ସିଜିନ୍‌ ଅତ୍ୟନ୍ତ ନିରାଶାଜନକ ସାବ୍ୟସ୍ତ ହୋଇଛି। ଭାରତରେ ଆଇପିଏଲ ଆରମ୍ଭ ଦିନରୁ ଏପର‌୍ୟ୍ୟନ୍ତ ସିଏସକେ ପ୍ରଥମ ଥର ପ୍ଲେ-ଅଫ୍‌ରେ ନିଜ ଲାଗି ସ୍ଥାନ ନିଶ୍ଚିତ କରି ପାରିନଥିବା ବେଳେ ଏବେ ଟିମ୍‌ର ଏହି ବରିଷ୍ଠ ଖେଳାଳି କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।

ଇଂରାଜୀ ଓ୍ବେବ ସାଇଟ୍‌ ଟାଇମସ୍‌ ଅଫ୍‌ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ଓ୍ବାଟସନ୍‌ ଶେଷ ଲିଗ୍‌ ମ୍ୟାଚ ପରେ ଡ୍ରେସିଙ୍ଗ୍‌ ରୁମରେ ସମସ୍ତ ଫର୍ମାଟରୁ ଅବସର ନେବା ନେଇ ସାଥୀ ଖେଳାଳିଙ୍କୁ କହିଥିଲେ। ସେନ୍‌ ଓ୍ବାଟସନ୍‌ ଭାବୁକ ହୋଇ କହିଥିଲେ ଯେ, ଏହି ଫ୍ରାଞ୍ଚାଇଜି ପାଇଁ ଖେଳିବା ମୋର ସୌଭଗ୍ୟର କଥା। ରିପୋର୍ଟ ମୁତାବିକ ଓ୍ବାଟସନଙ୍କୁ ସିଏସ୍‌କେ ସହ ପ୍ରଶିକ୍ଷକ ଭାବେ ରଖିବା ପାଇଁ ଯୋଜନା କରୁଛି।

ସେନ୍‌ ଓ୍ବାଟସନ୍‌ ଆଇପିଏଲରେ ୧୪୫ଟି ମ୍ୟାଚ୍‌ ଖେଳ ୩୮୭୪ ରନ୍‌ କରିଛନ୍ତି। ଆଇପିଏରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୧୭। ଏଥିସହିତ ସେ ୪ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ତାଙ୍କ ନାମରେ ଅଛି। ଆଇପିଏରେ ସେ ୯୨ ଟି ଓ୍ବିକେଟ ମଧ୍ୟ ନେଇଛନ୍ତି। ୨୦୧୮ ମସିହାରେ ଚେନ୍ନାଇ ସୁପରକିଙ୍ଗସକୁ ଟାଇଟଲ ଜିତାଇବାରେ ସେନ୍‌ ୱାଟସନ୍‌ଙ୍କ ଭୂମିକା ଅବିସ୍ମରଣୀୟ। ଫାଇନାଲ ମ୍ୟାଚ୍‌ରେ ଶତକ ସହ ଦଳ ଲାଗି ଚାମ୍ପିୟନ ଟାଇଟଲ ହାସଲ କରିଥିଲେ।

Comments are closed.