Odisha Link
Bridging the Missing Links in Odisha

ବିଡେନ୍‌ଙ୍କ ସପକ୍ଷରେ ପ୍ରଥମ ଫଳାଫଳ

ୱାଶିଂଟନ: ଆଜି ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ନ୍ୟୁୟର୍କ, ନ୍ୟୁଜର୍ସି ଓ ଭର୍ଜିନିଆରେ ମତଦାନ କେନ୍ଦ୍ର ଖୋଲିବା ସହ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।

ସକାଳ ୬ଟାରେ ଏହି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମତଦାନ କେନ୍ଦ୍ର ଖୋଲିବା ସହ ମତଦାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ମଧ୍ୟରାତ୍ରରେ ନିଉ ‌ହାମ୍ପ୍‌ସାୟାର୍‌ ଅନ୍ତର୍ଗତ ଡିକ୍ସଭାଇଲ୍‌ ନକ୍ ଓ ମିଲ୍ସଫିଲ୍ଡରେ ନାମକ ଦୁଇଟି ଗାଁରେ ମତଦାନ କେନ୍ଦ୍ର ଖୋଲିବା ସହ ସର୍ବପ୍ରଥମ ମତଦାନ ଆରମ୍ଭ ହୋଇଥିଲା।

କରୋନା ପ୍ରଭାବକୁ ଖାତିର ନ କରି ଆମେରିକୀୟମାନେ ରେକର୍ଡ ପରିମାଣରେ ମତଦାନ କେନ୍ଦ୍ରରେ ଧାଡ଼ି ଲଗାଇଛନ୍ତି। ମୋଟ ୨୩୯ ନିୟୁତ ମତଦାତାଙ୍କ ମଧ୍ୟରୁ ମଧ୍ୟାହ୍ନ ସୁଦ୍ଧା ୧୦୦ ନିୟୁତ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି।

ଡୋନାଲ୍ଡ ଟ୍ରମ୍ପଙ୍କୁ ଏଠାରେ ଗୋଟିଏ ହେଲେ ଭୋଟ ମିଳି ନ ଥିବାବେଳେ ଜୋ ବିଡେନ୍‌ଙ୍କୁ ୫ ଖଣ୍ଡ ମିଳିଛି। ଏତଦ୍‌ ବ୍ୟତୀତ ଫ୍ଲୋରିଡା, ଜର୍ଜିଆ, ଟେକ୍ସାସ୍‌, ନର୍ଥ କରୋଲିନା, ଓହିଓ, ଆରିଜୋନା, ୱିସକନ୍‌ସିନ୍, ମିଚିଗାନ୍ ଓ ପେନ୍‌ସିଲ୍‌ଭାନିଆରେ ମତଦାନ ଶେଷ ପରେ ପରେ ଗଣତି ଆରମ୍ଭ ହେବା ସମ୍ଭାବନା ରହିଛି।

Comments are closed.