Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୪୬୦ କରୋନା ଆକ୍ରାନ୍ତ

ଭୁବନେଶ୍ଵର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୮୩୫୩୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୧୬୯ ଜଣ ସୁସ୍ଥ ହୋଇଥିବା ବେଳେ ବାଲଶ୍ୱରରୁ ୧୧୦, କଟକରୁ ୧୦୭, ସୁନ୍ଦରଗଡପୁ ୯୭, ଜଗତସିଂହପୁରରୁ ୯୩, କେନ୍ଦୁଝରରୁ ୯୦, ଅନୁଗୋଳରୁ ୮୪, ବଲାଙ୍ଗୀରରରୁ ୬୭, ମୟୂରଭଞ୍ଜରୁ ୬୦, ନୂଆପଡାରୁ ୬୦, କେନ୍ଦ୍ରାପଡାରୁ ୫୦, ଢେଙ୍କାନାଳରୁ ୪୧, କଳାହାଣ୍ଡିରୁ ୪୦, ନୟାଗଡରୁ ୩୫, ଝାରସୁଗୁଡାରୁ ୩୩, ବରଗଡରୁ ୩୨, ପୁରୀରୁ ୩୨, ଯାଜପୁରରୁ ୨୯, ନବରଙ୍ଗପୁରରୁ ୨୮, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୩, କୋରାପୁଟରୁ ୨୨, କନ୍ଧମାଳରୁ ୧୯, ବୌଦ୍ଧରୁ ୧୫, ଭଦ୍ରକରୁ ୧୪, ସୋନପୁରରୁ ୧୩ ଓ ଦେବଗଡରୁ ୧୧ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମାଲକାନଗିରିରୁ ୧୧, ଗଜପତିରୁ ୧୦ ଓ ରାୟଗଡାରୁ ୮ଜଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.