Odisha Link
Bridging the Missing Links in Odisha

ଏଥର ମୋର ଶେଷ ନିର୍ବାଚନ: ନୀତୀଶ କୁମାର

ବିହାର: ଆସନ୍ତା ୭ ତାରିଖରେ ବିହାରର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆଜି ପ୍ରଚାର ଶେଷ ହୋଇଛି। ତେବେ ତୃତୀୟ ପର୍ଯ୍ୟାୟର ପ୍ରଚାର ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ବୟାନ ଦେଇଛନ୍ତି। ସେ ଲୋକଙ୍କୁ ସମ୍ବୋଧନ କରିବା ବେଳେ ଏହା ତାଙ୍କର ଶେଷ ନିର୍ବାଚନ ଓ ଏହା ଭଲରେ ଶେଷ ହେବ ବୋଲି ସେ ଘୋଷଣା କରିଛନ୍ତି।୫ଥର ମୁଖ୍ୟମନ୍ତ୍ରୀ ହୋଇ ସାରିଥିବା ନୀତୀଶ କୁମାର ଆଜି ପୁର୍ଣ୍ଣିଆରେ ଜେଡିୟୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ଏହି ସମୟରେ ସେ କହିଛନ୍ତି ଯେ, ଆଜି ନିର୍ବାଚନର ଶେଷ ଦିନ। ଆଜି ପରେ ନିର୍ବାଚନ ଶେଷ ହୋଇଯି। ଏହା ମୋର ଶେଷ ନିର୍ବାଚନ। ଶେଷ ଭଲ ହେବ ତ ସବୁ କିଛି ଭଲ ହେବ ବୋଲି ସେ ଘୋଷଣା କରିଛନ୍ତି।ନୀତୀଶ ଏହି ଘୋଷଣା କରିବା ପରେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେହିପରି ଭୋଟ ହାତେଇବା ପାଇଁ ସେ ଏଭଳି ଘୋଷଣା କରିଥିବା ଅନେକ ମତ ଦେଇଛନ୍ତି। ହେଲେ ଜେଡିୟୁ ନେତା ଅଶୋକ ଚୌଧୁରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ନୀତୀଶ କୁମାରଙ୍କ ବୟାନକୁ ତୃତୀୟ ପର୍ଯ୍ୟାୟ ଭୋଟିଂ ସହ ଯୋଡ଼ିବା ଭୁଲ। ଯଦି ସେମିତି ହୋଇଥାଆନ୍ତା, ତା’ହେଲେ ସେ ପୂର୍ବ ଦୁଇ ପର୍ଯ୍ୟାୟ ପ୍ରଚାର ବେଳେ ମଧ୍ୟ ସମାନ ଘୋଷଣା କରିପାରିଥାଆନ୍ତେ। ନୀତୀଶ କୁମାର ଜଣେ ଅଭିଜ୍ଞ ରାଜନେତା। ସେ ଯେତେବେଳେ ବି ଯାହା କୁହନ୍ତି, ବହୁତ ଭାବିଚିନ୍ତି ମତ ଦିଅନ୍ତି। ତେଣୁ ଏଥର ମଧ୍ୟ ସେଭଳି କିଛି ଭାବି ସେ ମତ ଦେଇଥିବା ଚୌଧୁରୀ କହିଛନ୍ତି।

Comments are closed.