Odisha Link
Bridging the Missing Links in Odisha

ଚୀନ୍‌‌କୁ ଭାରତୀୟ ବିମାନ ପ୍ରବେଶ ନିଷେଧ, ଜାଣନ୍ତୁ କାହିଁକି

ଚୀନ୍‌କୁ ଭାରତୀୟ ବିମାନ ଉଡ଼ାଣ ଉପରେ ସାମୟିକ ଭାବେ ନିଷାଧାଦେଶ ଜାରି କରିଛି ଚୀନ୍। ଉହାନ୍‌ରେ ପହଞ୍ଚିବା ପରେ ୧୯ ଜଣ ଭାରତୀୟ ଯାତ୍ରୀଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ଠାବ ହେବା ପରେ ଚୀନ୍‌ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଚୀନ୍‌କୁ ଭିସା ମାଧ୍ୟମରେ ଯାତ୍ରା କରୁଥିବା ଭାରତୀୟ ଅଥବା ଭାରତରୁ ଚୀନ୍‌କୁ ଯାଉଥିବା କୌଣସି ବି ବ୍ୟକ୍ତିଙ୍କ ଯାତ୍ରା ଏବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଚୀନ୍‌ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଭାରତରୁ ବର୍ତ୍ତମାନ ପାଇଁ କୌଣସି ବିମାନ ଚୀନ୍‌‌ରେ ଓହ୍ଲାଇ ପାରିବନାହି’। ଏପରିକି ଆସନ୍ତାକାଲି (ନଭେମ୍ବର ୬) ବନ୍ଦେ ଭାରତ ମିଶନ୍‌ ଅଧୀନରେ ଏକ ବିମାନ ଚୀନ୍‌ ଯିବାକୁ ଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଛି।

ଚୀନ୍‌କୁ ବାହାରୁ ଆସୁଥିବା ଲୋକଙ୍କର କୋଭିଡ୍‌ ପରୀକ୍ଷଣ କରାଯାଉଛି। ନଭେମ୍ବର ୩ ତାରିଖରେ ଉହାନରେ ୧୯ ଜଣ ଭାରତୀୟ ଯାତ୍ରୀଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଚୀନ୍‌ ସକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Comments are closed.