Odisha Link
Bridging the Missing Links in Odisha

୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା

ପଶ୍ଚିମବଙ୍ଗ: ଭାରତୀୟ ଜନତା ପାର୍ଟିର ନେତା ତଥା ଗୃହମନ୍ତ୍ରୀ ଅମିତ ଶାହା ୨ ଦିନିଆ ଗସ୍ତରେ ଆସି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରସ୍ତୁତି ବୈଠକରେ ଯୋଗ ଦେବେ ଅମିତ୍ ଶାହା। ଅମିତ ଶାହା ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଦଳ ପକ୍ଷରୁ କୋଲକତା ସେଣ୍ଟ୍ରାଲରୁ ଏକ ରାଲି ବାହାରିଥିଲା।

କୋଲକତା ବିଜେପିର ନେତା ସ୍ପଷ୍ଟ କରିଛନ୍ତି କି ଆଗାମୀ ବିଧାନସଭା ନିର୍ବାଚନରେ ପାର୍ଟିର ନେତୃ୍ତ୍ୱ ନେବେ ଅମିତ ଶାହା। କୋଭିଡ ମହାମାରୀ ଭିତରେ ଶାହାଙ୍କ ଏହା ପ୍ରଥମ ରାଜ୍ୟଗସ୍ତ। ଏହା ପୂର୍ବରୁ ୧ ମାର୍ଚ୍ଚରେ ସେ କୋଲକତା ଗସ୍ତରେ ଯାଇଥିଲେ। ବୁଧବାର ରାତିରେ ଶ୍ରୀ ଶାହା ପଶ୍ଚିମବଙ୍ଗ ପହଞ୍ଚିଲେ। ଆଜି ସେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଭାବେ ବାଙ୍କୁଡା ପହଞ୍ଚିଛନ୍ତି।

ସେଠାରେ ସେ ପାର୍ଟିର କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ବର୍ଗର ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବାଙ୍କୁଡାରେ ପ୍ରାୟତ ଜନଜାତି ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ଏହି ଅଞ୍ଚଳ ଦୀର୍ଘଦିନ ହେବ ମାଓବାଦୀଙ୍କ କବଜାରେ ରହିଥିଲା । ଏଠାରେ ଶ୍ରୀ ଶାହା ପଶ୍ଚିମବଙ୍ଗଳାର ଦକ୍ଷିଣ ଭାଗରେ ଥିବା ୭୦ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳର ନେତାଙ୍କ ସହ ଆଲୋଚନା କରିବେ। ଏହା ସହ ବାଙ୍କୁଡା ଜିଲ୍ଲାର ଚର୍ତୁଘୀ ଗ୍ରାମରେ ଏକ ଦଳିତ ପରିବାର ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.