Odisha Link
Bridging the Missing Links in Odisha

ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ଚାଲିଗଲା ଡ୍ରାଇଭର ଜୀବନ

ଅନୁଗୋଳ : ୪୯ ନମ୍ବର ଜାତୀୟ ରାଜପଥ ଅନୁଗୋଳର ମୁକ୍ତାପଶି ନିକଟରେ ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ ଡ୍ରାଇଭର ହେଲେ ବେଣୁଧର ନାଏକ। ସେ ଖମାର ଥାନା ଅନ୍ତର୍ଗତ ନିମିରିବେଡା ଗ୍ରାମରେ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, କୌଣସି କାମରେ ପାଲଲହଡା ଡାକ୍ତରଖାନାରୁ ବନ୍ତଳା ଅଭିମୁଖେ ରୋଗୀ ଆଣିବାକୁ ଯାଉଥିଲା ବେଳେ ଦୁର୍ଘଟଣା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ପାଲଲହଡା ଡାକ୍ତରଖାନାକୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି।

Comments are closed.