Odisha Link
Bridging the Missing Links in Odisha

ନିର୍ବନ୍ଧ ବନ୍ଧନରେ ବାନ୍ଧି ହେଲେ ଗୌହର ଖାନ୍

ମୁମ୍ବାଇ: ନିର୍ବନ୍ଧ ବନ୍ଧନରେ ବାନ୍ଧି ହେଲେ ବିଗ୍‌ବସ୍‌ ୭ର ବିଜେତା ତଥା ଜଣାଶୁଣା ମଡେଲ୍‌ ଗୌହର ଖାନ୍। ଗତକାଲି ଗୌହର ନିର୍ବନ୍ଧ କରିଛନ୍ତି। ଗୌହର ତାଙ୍କର ପୁରୁଷ ବନ୍ଧୁ ଇଶ୍ମାଇଲ ଦରବାରଙ୍କ ପୁଅ ଜୈଦ ଦରବାରଙ୍କ ସହ ନିର୍ବନ୍ଧ କରିଛନ୍ତି। ସେମାନେ ଡିସେମ୍ବର ୨୪ରେ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି।

ଗୌହର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ନିର୍ବନ୍ଧ ବେଳର ଫଟୋ ସେୟାର କରିଛନ୍ତି। ନିର୍ବନ୍ଧ ପୂର୍ବରୁ ଗୌହର ଜୈଦ ଦରବାରଙ୍କ ସହ ସୋସିଆଲ ମିଡ଼ିଆରେ ଅନେକ ଫଟୋ ସେୟାର କରୁଥିଲେ। ଗୌହର ଜୈଦ ଦୁହେଁ ଦୁଇ ଜଣଙ୍କୁ ଡେଟ୍‌ କରୁଥିଲେ।

କିଛି ଦିନ ପୂର୍ବରୁ ଇଶ୍ମାଇଲ ଦରବାର ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଗୌହର କିଛି ଦିନ ପୂର୍ବେ ଆମ ଘରକୁ ଆସିଥିଲେ। ଏହି ମଉକାରେ ମୋ ସ୍ତ୍ରୀଙ୍କ ସହିତ ଗୌହରଙ୍କର ଲମ୍ବା ସମୟ ଧରି କଥାବାର୍ତ୍ତା ଚାଲିଥିଲା।

Comments are closed.