Odisha Link
Bridging the Missing Links in Odisha

କରୋନା: ୧.୭୦ କୋଟି ମୂଷାଙ୍କୁ ମାରିବ ଏହି ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ସାରା ବିଶ୍ବବାସୀ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି। ବିଶ୍ବର କିଛି ଦେଶ ଏହି ମହମାରୀକୁ ପ୍ରତିହତ କରି ଅଣ୍ଟା ସଳଖ କରିବା ବେଳକୁ ପୁଣିଥରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ୟୁରୋପ, ଇଟାଲୀ, ସ୍ପେନ୍, ବ୍ରିଟେ୍ନ ଆଦି ଦେଶରେ କରୋନାର ଦ୍ବିତୀୟ ଲହର ଦେଖା ଦେବାରୁ ପୁଣି ଥରେ ଏହି ସବୁ ଦେଶ ଗୁଡ଼ିକରେ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଆଉ କିଛି ଦେଶ ଲକ୍‌ଡାଉନ୍‌ କଟକଣା ଲାଗୁ କରିବାକୁ ଯୋଜନା କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି।

କରୋନା ମହାମାରୀ ସଂକ୍ରମଣରୁ ବର୍ତ୍ତିବା ପାଇଁ ଏବେ ସୁଦ୍ଧା କୌଣସି ପ୍ରତିଶେଧକ ଟିକା ବାହାରି ନାହିଁ। କିଛି ଦେଶ ଦ୍ବାରା ନିର୍ମିତ ଟିକା ଏବେ ଅନ୍ତିମ ପର୍ଯ୍ୟାୟ ଟ୍ରାଏଲରେ ଆସି ପହଁଞ୍ଚିଛି। ଏସବୁ ମଧ୍ୟରେ ଆଉ କିଛି ଦେଶ ନିଜ ନିଜ ରଣନୀତି ଓ ଯୋଜନା ଦ୍ବାରା କରେନାକୁ ମାତ୍‌ ଦେବା ପାଇଁ କରୁଛନ୍ତି ପ୍ରସ୍ତୁତି। ମସଲନ, ଜର୍ମାନୀ ର‍୍ୟାପିଡ ଆଣ୍ଟିଜେନ୍‌ ଟେଷ୍ଟ ଉପରେ ଗୁରୁତ୍ବ ଦେଉଛନ୍ତି। ଆଉ କିଛି ଦେଶ ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ସ୍ଥିତିରେ ଟ୍ରାଏଲ ହେଉଥିବା ଟିକା ମଧ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ଏବେ ଏକ ଦେଶ ୧୭ ମିଲିୟନ୍‌ ଅର୍ଥାତ୍‌ ୧.୭୦ କୋଟି ମୂଷା ମାରିବାକୁ ଯୋଜନା କରୁଥିବାର ଖବର ଚର୍ଚ୍ଚା ହେଉଛି।

ପଶୁପକ୍ଷୀଙ୍କ ନିକଟରେ ଦେଖା ଯାଉଥିବା କରୋନା ସଂକ୍ରମଣକୁ ନେଇ ଏଭଳି ପଦକ୍ଷେପ ନେବାକୁ ଯାଉଛି ଡେନ୍‌ମାର୍କ। ମଣିଷ ଶରୀରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡେନମାର୍କ ସରକାର ୧ କୋଟି ୭୦ ଲକ୍ଷ ମୂଷାଙ୍କୁ (ମିଙ୍କ-ଏକ ଜାତିର ମୂଷା) ମାରିବାକୁ ଯୋଜନା କରୁଛି। ସିଏନ୍‌ଏନ୍‌ ରିପୋର୍ଟ ମୁତାବିକ ସଂକ୍ରାମକ ରୋଗ ଓ ଟିକା ବିଶେଷଜ୍ଞ ପ୍ରଫେସର କେରେ ମୋଲକ କହିଛନ୍ତି ଯେ, ମିଙ୍କ୍‌ (ଏକ ଜାତିର ମୂଷା) ଦ୍ବାରା ପୁଣିଥରେ କରୋନା ସଂକ୍ରମଣର ଆଉ ଏକ ଲହର ଆସିପାରେ। ମୂଷା ମାନଙ୍କ ଶରୀରରେ କରୋନା ଭାଇରସର ମ୍ୟୁଟେଶନ୍‌ର ହେବାର ସମ୍ଭାବନାକୁ ଦେଖି ଦ୍ବିତୀୟ ଲହର ସଂକ୍ରମଣ ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି।

Comments are closed.