Odisha Link
Bridging the Missing Links in Odisha

ଅଶ୍ଳୀଳ ଭିଡିଓ ସୁଟ୍‌: ଗିରଫ ପରେ ପୁନମ୍‌ଙ୍କୁ ମିଳିଲା ବେଲ୍

ଗୋଆ: ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କୁ ମିଳିଲା ବେଲ୍। ଗୋଆ ସମୁଦ୍ରକୂଳରେ ଅଶ୍ଲୀଳ ଭିଡିଓ ସୁଟ୍ କରିବା ନେଇ ତାଙ୍କୁ ଗିରଫ କରାଯାଇଥିଲା। ଗୋଆର ଆଗୁଡରେ ଥିବା ଏକ ରିଜୋର୍ଟରୁ ପୁନମଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ପରେ ଏବେ ତାଙ୍କୁ ଜାମିନ ମିଳିଛି।

ପୁନମ୍ ଏବଂ ଏବଂ ତାଙ୍କ ସ୍ବାମୀ ସାମ୍‌ ବମ୍ବେ ୨୦୦୦୦ ଟଙ୍କା ଜାମିନ ଜୋରିମାନା ଦେଇ ଜାମିନ ପାଇଛନ୍ତି। ଗୁରୁବାର ରାତିରେ ସେମାନଙ୍କୁ ନ୍ୟାୟିକ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ କାନାକୋନା ଜାମିନ ପ୍ରଦାନ କରିଥିଲେ। ଜାମିନ ସର୍ତ୍ତ ଅନୁଯାୟୀ, ସେମାନେ କୋର୍ଟ ଅନୁମତି ନ ଦେଇ ଗୋଆ ଛାଡି ପାରିବେ ନାହିଁ।

ସୂଚନାଯୋଗ୍ୟ, ଗୋଆ ସମୁଦ୍ରକୂଳରେ ପୁନମ ଏବଂ ତାଙ୍କ ସ୍ବାମୀ ସାମ୍‌ ବମ୍ବେ ପ୍ରଥମ କରାଓ୍ବାଚୌଥ ଗୋଆରେ ମନାଇଥିଲେ। ଅଶ୍ଳୀଳ ଭିଡିଓ ସୁଟ୍‌ କରିବା ସହ ଏହାର କିଛି ଅଂଶ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରିଥିଲେ ଅଭିନେତ୍ରୀ ପୁନମ ପାଣ୍ଡେ। ସରକାରୀ ସ୍ଥାନରେ ଏଭଳି ଅଭଦ୍ରାମୀ ବିରୋଧରେ ବିଭିନ୍ନ ସଂଗଠନ ଏହାକୁ ବିରୋଧ କରିଥିଲେ। ଏପରିକି ତାଙ୍କୁ ସେଠାରେ ଭିଡିଓ ସୁଟ୍‌ ପାଇଁ ଅନୁମତି ଦେଇଥିବା ପୋଲିସ ଅଧିକାରୀ ଓ ଗୋଆ ମୁ୍‌ଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତଙ୍କ ଇସ୍ତଫା ଦାବି କରିଥିଲେ।

ଏନେଇ ବିବାଦ ଉଗ୍ର ରୂପ ଧାରଣ କରିବା ପରେ କାନକୋନା ପୋଲିସ ପୁନମଙ୍କୁ ଗିରଫ କରିଥିଲା। ଏବଂ ଏହି ମାମଲାରେ ପୁନମଙ୍କୁ ଭିଡିଓ ସୁଟ୍‌ କରିବା ଅନୁମତି ଦେଇଥିବା କାନକୋନା ଥାନାର ଇନସ୍‌ପେକ୍ଟରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

 

Comments are closed.