Odisha Link
Bridging the Missing Links in Odisha

ମାଓବାଦୀଙ୍କୁ ଆତ୍ମସମର୍ପଣ ନେଇ ଡିଜିପିଙ୍କ ଆହ୍ୱାନ

ମାଲକାନାଗିରି: ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଦିନିକିଆ ଗସ୍ତରେ ଯାଇଥିଲେ ପୁଲିସ ଡିଜି ଅଭୟ। ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଡିଜିପି କହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିସହ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଡିଜିପି ଅଭୟ ବିଏସଏଫ, ଏସଓଜି, ଡିଭିଏଫକୁ କାମ ପାଇଁ ପ୍ରଶଂସା କରିଛନ୍ତି।

ପଥଭ୍ରଷ୍ଟ ହୋଇ ନକ୍ସଲ ସଂଗଠନରେ ମିଶିଥିବା ବ୍ୟକ୍ତିମାନଙ୍କୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଆହ୍ଵାନ ଦେଇଛନ୍ତି ଡିଜିପି ଅଭୟ। ବନ୍ଧୁକ ଛାଡି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେଲେ ସରକାରଙ୍କର ନିୟମ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ମାଓ ଦୁର୍ଗ ଭାବେ ପରିଚିତ ଗୋରା ସେତୁ ଠାରେ ନୂତନ କରି ସ୍ଥାପନ ହୋଇ ଥିବା ବିଏସଏଫ କ୍ୟାମ୍ପ ଠାରେ ଡିଜି ହେଲିକପ୍ଟର ଯୋଗେ ଅବତରଣ କରି ସେଠାରେ ଲାଲଗଡର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତିି। ଡିଜିଙ୍କ ଲାଲଗଡ ଗସ୍ତ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଅଭୟରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏଥିସହ ଗୋରାସେତୁ ଅଞ୍ଚଳରେ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

ଅନ୍ୟପଟେ ସ୍ୱାଭିମାନ ଅଂଚଳରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। ବେଜିଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ। କୁମ୍ବିଂ ବେଳେ ବିଏସଏଫ ଯବାନ ମାନେ ମାଓବାଦୀଙ୍କ ୟୁନିଫର୍ମ, କମ୍ପୁଟର ମାଉସ, ଔଷଧ ଆଦି ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛନ୍ତି। ଲଗାତାର ଆନ୍ଧ୍ର ପୁଲିସ,ଏସଓଜି ଏବଂ ବିଏସଏଫ ଯବାନର କୁମ୍ବିଂରେ ନକ୍ସଲ ଅତିଷ୍ଠ ହୋଇପଡିଲେଣି।

 

Comments are closed.