Odisha Link
Bridging the Missing Links in Odisha

ଏସସି/ଏସଟି ମାଟ୍ରିକ ଛାତ୍ର ବୃତ୍ତିରେ ପରିବର୍ତ୍ତନ ହେବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛାତ୍ରବୃତ୍ତି ଅପରିବର୍ତ୍ତିତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏସସି/ଏସଟି ମାଟ୍ରିକ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀନ ପଟନାୟକ କହିଛନ୍ତି।

ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ। ଏସସି/ଏସଟି ଉନ୍ନୟନ ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ସ୍ଥଗିତ ରଖିବାକୁ ନିଦେ୍ର୍ଧଶ ମଧ୍ୟ ଦିଆଯାଇଛି। ଏହାଛଡ଼ା ଏ ସମ୍ପର୍କିତ ଫାଇଲକୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିଦେ୍ର୍ଧଶ ଦିଆଯାଇଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ବୃତ୍ତି ରାଶି କାଟ କରି ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତିି ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କା ଅଭିଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୨୦ ମସିହା ନଭେମ୍ବର ୩ ତାରିଖ ଦିନ ଉପନିର୍ବାଚନର ଠିକ ଭୋଟ ପଡିବା ପରେ ଏକ ବିଜ୍ଞପ୍ତି ଜାରି କରିଥିଲେ।

Comments are closed.