Odisha Link
Bridging the Missing Links in Odisha

ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର ସଂଯୋଗ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ ଜମାଖାତାକୁ ଆଧାର ସହ ଯୋଡ଼ିବା ଓ ଆବଶ୍ୟକସ୍ଥଳେ ପାନ କାର୍ଡ଼ ସହ ସଂଯୋଗ କରିବା ପାଇଁ ବ୍ୟାଙ୍କ ସମୁଦାୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ସହିତ ରୁ-ପେ କାର୍ଡ଼କୁ ଗ୍ରାହକମାନଙ୍କ ନିମନ୍ତେ ପ୍ରଥମ ବିକଳ୍ବ ଭାବରେ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଭାରତୀୟ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ)ର ୭୩ ତମ ବାର୍ଷିକ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୀତାରମଣ କହିଛନ୍ତି ଯେ, ଏକମାତ୍ର କାର୍ଡ ଭାବରେ ରୁ-ପେ କାର୍ଡ଼କୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଏକ ଭାରତୀୟ ଉତ୍ପାଦ ଓ ଏନପିସିଆଇ (ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ) ଦ୍ବାରା ପ୍ରଚଳିତ ଏହି କାର୍ଡ଼ ଦେଶର ସମସ୍ତଙ୍କ ନିମନ୍ତେ ଉପଲବ୍ଧ ହେବାର ଆବଶ୍ୟକତା ରହିଛି।

ଏହି ଅବସରରେ ସେ ଭାରତୀୟ ବ୍ୟାଙ୍କଗୁଡ଼ିକର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କିନ୍ତୁ ଆଧାର ସଂଯୋଗ ଓ ପାନ କାର୍ଡ଼ ସଂଯୋଗ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ନିଷ୍ଠାପର ଭାବରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି। ଡ଼ିସେମ୍ବର ୩୧ ସୁଦ୍ଧା ଆଧାର ସଂଯୋଗ ହୋଇ ନ ଥିବା ଗୋଟିଏ ବି ବ୍ୟାଙ୍କ ଖାତା ଅଛି ବୋଲି ମୁଁ ଶୁଣିବାକୁ ପ୍ରସ୍ତୁତ ନୁହେଁ ବୋଲି ସୀତାରମଣ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.