Odisha Link
Bridging the Missing Links in Odisha

ସୁରକ୍ଷା ପାଇଁ ଗୃହ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଜଗୀ ପଣ୍ଡାଙ୍କ ବାପା

ଭୁବନେଶ୍ୱର: ସାରୁଅ ଜମି ମାମଲାରେ ପୁଲିସର ଆକ୍ରୋଶକୁ ନେଇ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ ଆଣିଛନ୍ତି ଗୁରୁତର ଅଭିଯୋଗ। ଜଗୀ ପଣ୍ଡାଙ୍କ ବାପା ପୋଲିସ୍ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ଆମେ ୧୦ ଦିନ ହେଲା ଗୃହବନ୍ଦୀ ଅଛୁ। ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଅପିଲ କରୁଛୁ ଆମକୁ ସୁରକ୍ଷା ଦିଅନ୍ତୁ। ପିଲାଛୁଆ, କର୍ମଚାରୀମାନେ ସମସ୍ତେ ଏଠାରେ ବନ୍ଦୀ ଭଳି ରହିଛୁ। ରାସନ ସାମଗ୍ରୀ ସରିଗଲାଣି, ଅତ୍ୟାବଶ୍ୟକ ଜିନିଷ ବି ନାହିଁ।

ପୋଲିସର ଏଭଳି ଗୁଣ୍ଡାଗିରି ମୁଁ ପୂର୍ବରୁ କେବେ ଦେଖିନାହିଁ। ପୁଲିସ ମାତ୍ରାଧିକ ଭାବେ ରାତି ଅଧିଆ ଚଢ଼ାଉ କରୁଛି। ରାତି ୩ଟାରେ ପୁଲିସ ପାଚେରୀ ଡେଇଁ ଭିତରେ ପଶିଲା। ପାଚେରୀ ଡେଇଁ ଭିତରେ ପଶି ସାଇଟ୍ ଇନଚାର୍ଜଙ୍କୁ ଉଠାଇ ନେଇଛି ପୁଲିସ। ଆମେ ଏଠାରେ ଗାଁ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇ ଆସୁଥିଲୁ, କିନ୍ତୁ ରାଜ୍ୟ ସରକାର ଏବେ ଏହାକୁ ନର୍କରେ ପରିଣତ କରିଦେଲେଣି। ପ୍ରତିଥର ପୁଲିସକୁ ପଚାରିଲେ, ଉପରୁ ନିର୍ଦ୍ଦେଶ ଥିବା କହୁଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଅପିଲ କରୁଛୁ ଆମକୁ ସୁରକ୍ଷା ଦିଅନ୍ତୁ। ଏଠାରେ ଫୋର୍ସ ମୁତୟନ କରି ସୁରକ୍ଷା ଦିଅନ୍ତୁ ବୋଲି ରଣଧୀର ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ସାରୁଅ ଜମି ଦୁର୍ନୀତି ମାମଲାରେ ନଭେମ୍ବର ୨ରେ ଗିରଫ ହୋଇଥିଲେ ଓଟିଭିର ସିଏଫ୍ଓ ତଥା ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ। ସେହିପରି, ଗତକାଲି ରାତି ଅଧିଆ ପୋଲିସ୍‌ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲା। ସାରୁଅ ଜମି ମାମଲା ସମ୍ପର୍କିତ ଏକ ପୁରୁଣା ମାମଲାରେ ପୋଲିସ୍‌ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।

Comments are closed.