Odisha Link
Bridging the Missing Links in Odisha

ଉପନିର୍ବାଚନ: ତିର୍ତୋଲରେ ବିଜେଡ଼ିର ବାଜିମାତ

ଭୁବନେଶ୍ୱର: ତିର୍ତୋଲ ଉପନିର୍ବାଚନରେ ବିଜେଡ଼ି ବାଜିମାତ କରିଛି। ଫଳରେ ବିଜେଡ଼ିର ବିଜୟ ହୋଇଛି। ତିର୍ତୋଲରେ ବିଜେପି ଶାସକ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେବି ହରାଇବାରେ ସମର୍ଥ ହୋଇପାରିନାହିଁ। ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟ ଶଙ୍କର ଢେ଼ର ଆଗରେ ରହିଛନ୍ତି। ଫଳରେ ତାଙ୍କର ସମର୍ଥକମାନେ ବିଜୟ ଉତ୍ସବ ମନେଇବା ଆରମ୍ଭ କରିଦେଇଛନ୍ତି।

୨୧ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୭୦ ହଜାର ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜକିଶୋର ବେହେରା ୩୮ ହଜାର ଭୋଟ ପାଇଛନ୍ତି । ଅର୍ଥାତ ବିଜେପି ଠାରୁ ବିଜେଡ଼ିର ଭୋଟ ବ୍ୟବଧାନ ପ୍ରାୟ ୩୨ ହଜାରରୁ ଉଦ୍ଧ୍ୱର୍ ରହିଛି।

ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକ ୧୮୭୭୦ ଖଣ୍ଡ ଭୋଟ ପାଇବାରେ ସମର୍ଥ ହୋଇଛନ୍ତି। ସେହିପରି ସିପିଆଇ ପ୍ରାର୍ଥୀ ବିଜୟ କୁମାର ଭୋଇ ୮୨୫, ସ୍ୱାଧୀନ ପ୍ରାର୍ଥୀ ଅର୍ଜୁନ ଚରଣ ବେହେରା ୨୩୯, ଗୋଲାପ ମଞ୍ଜରୀ ଭୋଇ ୧୫୨, ରବୀନ୍ଦ୍ର ନାଥ ସେଠୀ ୧୫୭, ରମେଶ ଚନ୍ଦ୍ର ମଲ୍ଲିକ ୧୬୩, ସଚିତ୍ର ମଲ୍ଲିକ ୧୬୦ ଖଣ୍ଡ ଭୋଟ ପାଇଛନ୍ତି । ଆଉ ୬ ରାଉଣ୍ଡ ଭୋଟ ଗଣତି ବାକି ଥିବାରୁ ତାଙ୍କର ବିଜୟ ବ୍ୟବଧାନ ପ୍ରାୟ ୪୦ ହଜାର ଛୁଇଁବ ବୋଲି ଆକଳନ କରାଯାଉଛି ।

Comments are closed.