Odisha Link
Bridging the Missing Links in Odisha

ଉପନିର୍ବାଚନ: ବାଲେଶ୍ବରରେ ବିଜେଡ଼ିର ବାଜିମାତ

ଭୁବନେଶ୍ୱର: ବାଲେଶ୍ବରରେ ବିଜେଡ଼ି ପ୍ରାର୍ଥୀ ସ୍ବରୂପ ଦାସ ବିଜୟ ଲାଭ କରିଛନ୍ତି। ବାଲେଶ୍ୱରରେ ବିଜେପି ଶାସକ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେବି ହରାଇବାରେ ସମର୍ଥ ହୋଇପାରିନାହିଁ। ଫଳରେ ବାଲେଶ୍ୱର ଉପନିର୍ବାଚନରେ ବିଜେଡ଼ି ବାଜିମାତ କରିଛି।

ଏହା ସହିତ ବାଲେଶ୍ୱରରେ ଆହୁରି ଦୁଇ ରାଉଣ୍ଡ ଭୋଟ ଗଣତି ରହିଛି। କିନ୍ତୁ ୨୩ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ଯେତିକି ଭୋଟ ପାଇଛନ୍ତି ତାହା ବିଜୟ ପାଇଁ ଯଥେଷ୍ଟ। ସ୍ୱରୂପ ୭୬୨୮୯ ଖଣ୍ଡ ଭୋଟ ପାଇଛନ୍ତି।

ଯେତେବେଳେକି ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ମଦନମୋହନ ଦତଙ୍କ ପୁଅ ମାନସ କୁମାର ଦତଙ୍କୁ ୬୪୭୦୧ ଖଣ୍ଡ ଭୋଟ ମିଳିଛି। ଆଉ ମାତ୍ର ଦୁଇ ରାଉଣ୍ଡ ଭୋଟ ଗଣତି ବାକି ଥିବାବେଳେ ବିଜେଡ଼ି ପ୍ରାର୍ଥୀ ୧୨ ହଜାର ଭୋଟରେ ଆଗୁଆ ରହିଛନ୍ତି।

ଏପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୪୫୮୭ ଖଣ୍ଡ ଭୋଟ ମିଳିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୧୧୫୮ ଖଣ୍ଡ ଭୋଟ ମିଳିଛି।

Comments are closed.