Odisha Link
Bridging the Missing Links in Odisha

ନିର୍ବାଚନ ଫଳାଫଳ: ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡରେ ବିଜେଡି ଆଗୁଆ

ବାଲେଶ୍ୱର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଫଳାଫଳ ପ୍ରକାଶ ପାଇବ। ବାଲେଶ୍ୱରରେ ଦ୍ବିତୀୟ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୪୩୯ ଭୋଟରେ ଆଗୁଆ ରହିଛନ୍ତି। ପ୍ରଥମ ରାଉଣ୍ଡରେ ସେ ୬୧୫ ଭୋଟରେ ଆଗୁଆ ଥିବ‌ା ବେଳେ ଏହି ସଂଖ୍ୟା ଦ୍ବିତୀୟ ପର୍ଯ୍ୟାୟରେ ସାମାନ୍ୟ କମିଛି।

ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୬୬୯ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୦ଟି ଭୋଟ ମିଳିଥିବା ସୂଚନା ରହିଛି। ତେଣୁ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ସମୁଦାୟ ୧୦୫୪ ଭୋଟରେ ଆଗୁଆ ରହିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍ ମିଳିଥିଲା।

ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ। ବାଲେଶ୍ବରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୧୪ଟି ‌ଟେବୁଲରେ ଗଣତି ଆରମ୍ଭ ହୋଇଛି ଓ ୨୫ ରାଉଣ୍ଡରେ ଗଣତି ହେବ।

Comments are closed.