Odisha Link
Bridging the Missing Links in Odisha

ରିଲିଜ୍‌ ହେବ ସିନେମା ‘ସୁରଜ ପେ ମଙ୍ଗଲ ଭାରୀ’

ମୁମ୍ବାଇ: ଖୁବ ଶୀଘ୍ର ସିନେ ପରଦାରେ ରିଲଜ ହେବାକୁ ଯାଉଛି ସିନେମା ‘ସୁରଜ ପେ ମଙ୍ଗଲ ଭାରୀ’। କରୋନା ମହାମାରି କାରଣରୁ ସମସ୍ତ ସିନେମା ହଲ ଗୁଡ଼ିକ ବନ୍ଦ ରହିଥିଲା। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସିନେମା ହଲକୁ ଖୋଲିବାକୁ ଅନୁମତି ଦେଇଛନ୍ତି।

ସିନେମାରେ ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ, ଦିଲଜୀତ ଦୋସାଞ୍ଝ ଓ ଫତିମା ସନା ଖାଁଙ୍କୁ ଦେଖିବାକୁ ମିଳିବ।  ମନୋଜ ବାଜପେୟୀ ଭିନ୍ନ ଭିନ୍ନ ଲୁକ୍ସରେ ନଜର ଆସିବେ। ଏଥିରେ ସେ ଗୁପ୍ତଚର ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିବ।ତେବେ ସିନେମାଟିରେ ଭରପୁର କମେଡ଼ିରହିଛି ।

ସିନେମାଟିକୁ ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶନା ଦେଇଛନ୍ତି।ଏହି ସିନେମାଟି ଦୀପାବଳି ଅବସରରେ ନଭେମ୍ବର ୧୩କୁ ସିନେମା ହଲ୍‌ରେ ରିଲିଜ୍‌ ହେବ।

Comments are closed.