Odisha Link
Bridging the Missing Links in Odisha

ସଂଘବଦ୍ଧ ଆକ୍ରମଣ ଦୁଇ ଭାଇ ମୃତ

ସମ୍ବଲପୁର: ପୂର୍ବ ଶତ୍ରୁତାକୁ ନେଇ ରକ୍ତରଞ୍ଜିତ ହେଲା ବୁର୍ଲା । ସଂଘବଦ୍ଧ ଆକ୍ରମଣରେ ୨ଭାଇଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ମୁନ୍ନା ବିଷୋୟୀଙ୍କ ମୃତ୍ୟୁ ହୋଇଛି। ବୁଲୁ ଓ ମୁନ୍ନା ୨ପୁଅଙ୍କୁ ହରାଇ ସାରିଥିବା ବେଳେ ସ୍ୱାମୀ-ସ୍ତ୍ରୀ ପିତବାସ ଓ ସଙ୍ଗୀତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନେ ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବୁର୍ଲା ସେଣ୍ଟର ଲାଇନ ସାହିରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ଥିଲେ। ସମସ୍ତ ୪ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ବୁଲୁ ଓ ମୁନ୍ନା ଦୁଇ ପୁଅଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ସ୍ବାମୀ ସ୍ତ୍ରୀ ପିତବାସ ଓ ସଂଗିତା ଜୀବନ ସହ ସଂଗ୍ରାମ କରୁଛନ୍ତି।

ଏହା ସହ ତାଙ୍କ ସମ୍ପର୍କୀୟ ନରେନ୍ଦ୍ର ଭାଣ୍ଡେକରଙ୍କ ଗୁରୁତର ଅଛନ୍ତି। ତେବେ ଘଟଣାକୁ ୧୨ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି। ପୂର୍ବ ଶତୃତାକୁ କେନ୍ଦ୍ର କରି ବିଷୋୟୀ ପରିବାର ଉପରେ ଅନ୍ୟ ଏକ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବୁର୍ଲା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.