Odisha Link
Bridging the Missing Links in Odisha

ବିଏମ୍‌ସିର ନୂଆ ଗାଇଡଲାଇନ୍: ବିବାହ ଉତ୍ସବରେ ୧୦୦ ଜଣରୁ ଅଧିକ ମନା

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ଆଶଙ୍କାରେ ବିଏମ୍‌ସି ବିବାହ ଉତ୍ସବ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ରାଜଧାନୀରେ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମରେ ୧୦୦ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି।

ବିବାହ ଆୟୋଜନ ପାଇଁ ବିଏମ୍‌ସି ଅନେକ ଗାଇଡଲାଇନ୍ ଜାରି କରିଛି। ବିବାହ ମଣ୍ଡପରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥାନୀୟ ପୁଲିସ ଥାନା ଓ ବିଏମ୍‌ସିରୁ ଅନୁମତି ନେବାକୁ ପଡ଼ିବ।କରୋନା ଲକ୍ଷଣ ଥିବା ଲୋକଙ୍କୁ ବିବାହ ହଲ୍‌କୁ ପ୍ରବେଶ କରାଯିବନି।

କାର୍ଯ୍ୟକ୍ରମ ଆୟୋଜନର ପ୍ରବେଶ ପଥରେ ସମସ୍ତ ଆଗନ୍ତୁକଙ୍କ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ରଖାଯିବ।ଉତ୍ସବରେ ସମସ୍ତଙ୍କ ଭିତରେ ୬ଫୁଟ ବ୍ୟବଧାନ ରହିବ।ଉତ୍ସବ ହେବାର ୭ ଦିନ ପୂର୍ବରୁ ବିବାହ ମଣ୍ଡପ ମାଲିକ ବିଏମ୍‌ସିକୁ ଉତ୍ସବ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ।

ତେବେ ୬ ତାରିଖରେ ବିବାହ ପାଇଁ ୨୦୦ ଲୋକ ଏକାଠି ହେବାକୁ ଅନୁମତି ଦିଆ ଯାଇଥିଲେ। କିନ୍ତୁ ରାଜଧାନୀରେ ସର୍ବାଧିକ ୧୦୦ ଲୋକ ଏକାଠି ହୋଇପାରିବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Comments are closed.