Odisha Link
Bridging the Missing Links in Odisha

ବାଣ ଫୁଟେଇବା ପଡିଲା ମହଙ୍ଗା, ବିଜେପି ନେତାଙ୍କ ପୁଅକୁ ହତ୍ୟା

କଟିହାର: ନିର୍ବାଚନରେ ଜିତିବା ଖୁସିରେ ବାଣ ଫୁଟାଇବା ପଡିଲା ମହଙ୍ଗା। ବିହାର କଟିହାରରେ ଏନଡିଏର ବିଜୟ ଖୁସିରେ ବାଣ ଫୁଟାଇବାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଫଳକା ଥାନା ଅନ୍ତର୍ଗତ ସୋହତା ପଞ୍ଚାୟତ ଗୋପାଳପଟ୍ଟି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ବିଜେପି ବୁଥ ଅଧ୍ୟକ୍ଷ ଓ ୱାର୍ଡ ମେମ୍ବରଙ୍କ ପୁଅକୁ ହତ୍ୟା କରାଯାଇଛି। ବିଜେପି ବୁଥ ଅଧ୍ୟକ୍ଷ ଦୀନେଶ ମୁନି କହିଛନ୍ତି ଯେ ତାଙ୍କର ୧୮ ବର୍ଷୀୟ ପୁଅ ରଂଜିତ କୁମାରଙ୍କୁ ଗାଁର କିଛି ଯୁବକ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏନଡିଏର ବିଜୟରେ ବାଣ ଫୁଟେଇବାରୁ ଗାଁର କିଛି ଯୁବକ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ହତ୍ୟା ପରେ ଶବକୁ ଗାଁ ସ୍ଥିତ ଦରଗାହ ବହିୟାରରେ ଏକ ଗଛରେ ଝୁଲେଇ ଦେଇଥିଲେ।

ହତ୍ୟା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ଶରୀରରେ ମାରପିଟ ଓ କ୍ଷତ ଚିହ୍ନ ରହିଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି।

Comments are closed.