Odisha Link
Bridging the Missing Links in Odisha

ଇକୋ ରିଟ୍ରିଟ୍‌ ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ପାଇଁ ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ କୋଣାର୍କରେ ସାମୁଦ୍ରିକ ଡ୍ରାଇଭରେ ଏହାର ପ୍ରଥମ ଇକୋ ରିଟ୍ରିଟ୍‌ କରିଥିଲା। ମାତ୍ର ଚଳିତବର୍ଷ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ ହେବ। ଇକୋ ରିଟ୍ରିଟ୍‌ କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡି ଏବଂ ସାତକୋଶିଆରେ ହେବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ୩ ମାସ ଧରି ଏହି ଇକୋ ରିଟ୍ରିଟ୍ ଚାଲିବ। ଇକୋ ରିଟ୍ରିଟ୍ ଓଡ଼ିଶା ଆସନ୍ତା ଡିସେମ୍ବର ୮ ରୁ ଆରମ୍ଭ ହୋଇ ଫେବୃଆରୀ ୨୮, ୨୦୨୧ ପର୍ଯ୍ୟନ୍ତ ଖୋଲିବାକୁ ଯାଉଛି।

ଭିଡିଓ କନଫରେନ୍ସ ଜରିଆରେ ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖି କହିଛନ୍ତି, ଇକୋ ରିଟ୍ରିଟ୍‌ ପର୍ଯ୍ୟଟକମାନଙ୍କୁ ଓଡିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଆବିଷ୍କାର କରିବାର ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ।

କୋଭିଡ ସମୟରେ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ଆଶ୍ୱସ୍ତିର ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ସମସ୍ତ ହିତାଧିକାରୀଙ୍କୁ କରୋନା ପ୍ରୋଟୋକଲ୍ ଉପରେ ତାଲିମ ଦିଆଯାଇଛି। ଇକୋ ରିଟ୍ରିଟ୍ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ସମ୍ପୂର୍ଣ୍ଣ ରୂପେ ପାଳନ କରିବ। ଇକୋ ରିଟ୍ରିଟ୍ କାର୍ଯ୍ୟକାରିତାକୁ ମାଲିକାନା ନେବାକୁ ସେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟର ଅର୍ଥନୀତି ଇକୋ ରିଟ୍ରିଟ ଦ୍ୱାରା ସଠିକ ଦିଶାକୁ ଆସିବ। ଇକୋ ରିଟ୍ରିଟର ସଫଳତା କାରଣରୁ ରାଜ୍ୟରେ ଜାନୁୟାରୀ ମାସରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଶ୍ରେଷ୍ଠ ସୁଯୋଗ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ଇକୋ ରିଟ୍ରିଟ ବୈଷୟିକ କୌଶଳ ଏବଂ ପରିବେଶ ସୁରକ୍ଷାର ଏକ ଭଲ ସମନ୍ୱୟ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବିଶାଲ ଦେବ, ଉନ୍ନୟନ କମିଶନର ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ, ଅର୍ଥ ସଚିବ, ୫ଟି ସଚିବ ଏବଂ ଓଟିଡିସି ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.