Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୩୪୦ ଆକ୍ରାନ୍ତ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତ ହାର ହ୍ରାସ ପାଇବାରେ ଲାଗିଛି। ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୪୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୨, ୪୭୭କୁ ପହଞ୍ଚିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରୁ ୧୫୯, ସୁନ୍ଦରଗଡ ଜିଲ୍ଲାରୁ ୧୦୬, କଟକ ଜିଲ୍ଲାରୁ ୯୯, ବଲାଙ୍ଗୀରରୁ ୮୬, କେନ୍ଦ୍ରାପଡାରୁ ୭୬, ବରଗଡରୁ ୭୧, ନୂଆପଡାରୁ ୭୦, ପୁରୀରୁ ୬୩, ଜଗତସିଂହପୁରରୁ ୫୬, କେନ୍ଦୁଝରରୁ ୫୫, ମୟୂରଭଞ୍ଜରୁ ୫୫, ବାଲେଶ୍ଵରରୁ ୪୫, ଯାଜପୁରରୁ ୪୩ ଜଣ, ଝାରସୁଗୁଡାରୁ ୪୧, ସମ୍ବଲପୁରରୁ ୩୩, ନବରଙ୍ଗପୁରରୁ ୩୧, ଭଦ୍ରକରୁ ୩୦, ଅନୁଗୁଳରୁ ୨୮, କଳାହାଣ୍ଡିରୁ ୨୭, ଗଞ୍ଜାମରୁ ୨୫, କନ୍ଧମାଳରୁ ୨୧, କୋରାପୁଟରୁ ୨୧, ମାଲକାନଗିରିରୁ ୨୧, ଢେଙ୍କାନାଳରୁ ୨୦, ସୋନପୁରରୁ ୧୯, ନୟାଗଡରୁ ୯, ଦେବଗଡରୁ ୮ ଓ ରାୟଗଡାରୁ ୫ ଜଣ କୋଭିଡ୍-୧୯ ପଜିଟିଭ୍ ଆରୋଗ୍ୟଲାଭ କରିଛନ୍ତି

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୨୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାରକୁ ବୃଦ୍ଧି ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୪୬୯ରେ ପହଞ୍ଚିଛି।

Comments are closed.