Odisha Link
Bridging the Missing Links in Odisha

ଗିନିଜ୍ ରେକର୍ଡ କଲେ ଓଡ଼ିଆ ପୁଅ ଯୋଗବ୍ୟାସ

କେସିଙ୍ଗା: ଗିନିଜ୍ ବୁକ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଆ ପୁଅ ଯୋଗବ୍ୟାସ। ଗତ ଅଗଷ୍ଟ ୧୫ ତାରିଖ ଦିନ ଗିନିଜ୍ ବୁକ ଅଫ ଓ୍ଵାଲ୍‌ର୍ଡ ରେକର୍ଡ ତରଫରୁ ଫେସ୍‌ବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପ୍‌ଲୋଡ କରିବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇ ଏଭେରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଗିନିଜ୍ ବୁକ୍‌ର ସମ୍ମାନଜନକ ପ୍ରମାଣପତ୍ର ପାଇଛନ୍ତି। ଏନେଇ କଳାହାଣ୍ଡି ଏସ୍‌ପି ଓ ଜିଲ୍ଲାପାଳ ଯୋଗବ୍ୟାସଙ୍କୁ ଜିଲ୍ଲାର ଗର୍ବ ବୋଲି ଟୁଇଟ୍‌ କରିଛନ୍ତି।

ଏହି ପ୍ରତିଯୋଗିତାରେ ଭାରତ ୯୯୫ଟି ଫଟୋ ଅପ୍‌ଲୋଡ୍‌ କରି ରେକର୍ଡ ସୃଷ୍ଟି କରିଛି ବୋଲି ଯୋଗବ୍ୟାସ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପୂରା ଟିମ୍‌କୁ ଏହି ପୁରସ୍କାର ମିଳିଥିବା ବେଳେ ଏବେ ସେମାନଙ୍କୁ ମିଳିଥିବା କହିଛନ୍ତି। ଯାହା ଭାରତ ପାଇଁ ବି ଏକ ଗର୍ବ ବୋଲି କହିଛନ୍ତି।

ଯୋଗବ୍ୟାସ ହେଉଛନ୍ତି, ଓଡ଼ିଶାର ତୃତୀୟ ଏଭରେଷ୍ଟ ପର୍ବତାରୋହୀ। କଳ୍ପନା ଦାସ ଓ ଗଣେଶ ଜେନାଙ୍କ ପରେ ଯୋଗବ୍ୟାସ ସର୍ବ ବୃହତ ଗିରିଶୃଙ୍ଗ ଏଭରେଷ୍ଟ ରେ ପାଦ ଥାପିଥିଲେ। ଏହା ଆଗରୁ ସେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଗିରି ମାଉଣ୍ଟ କିଲିମିଞ୍ଜାରୋ ଆରୋହଣ କରି ରାଜ୍ୟ ତଥା ଦେଶ ପାଇଁ ଗୋୖରବ ଆଣିଥିଲେ।

Comments are closed.