ପ୍ରକାଶ ପାଇଲା ସର୍ବଭାରତୀୟ ସ୍କୁଲ୍ ର୍ୟାକିଂଙ୍ଗ୍, ୫ମ ସ୍ଥାନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର: ପ୍ରକାଶ ପାଇଲା ସର୍ବଭାରତୀୟ ସ୍କୁଲ୍ ର୍ୟାକିଂଙ୍ଗ୍। ଦେଶର ଶ୍ରେଷ୍ଠ ୧୦ ସରକାରୀ ସ୍କୁଲ ତାଲିକାରେ ସ୍ଥାନ ପାଇଛି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’। ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଶ୍ରେଷ୍ଠ ୧୦ଟି ସ୍କୁଲ ତାଲିକାରେ ୫ମ ସ୍ଥାନ ମିଳିଛି।
ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ଅଗ୍ରଣୀ 'ଓଡ଼ିଶା ଆଦର୍ଶ ବିଦ୍ୟାଳୟ' ସର୍ବଭାରତୀୟ ସ୍କୁଲ ରାଙ୍କିଙ୍ଗ୍ସ ୨୦୨୦ର ଶ୍ରେଷ୍ଠ ବିଦ୍ୟାଳୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଅତ୍ୟାଧୁନିକ ଶିକ୍ଷା ଭିତ୍ତିଭୂମି ବିକାଶ ସହ ଶିକ୍ଷାର ମାନ ବୃଦ୍ଧି କରି ଓଡ଼ିଶା ସମଗ୍ର ଦେଶରେ ନୂଆ ଆଦର୍ଶ ସୃଷ୍ଟି କରିଛି। pic.twitter.com/Z58sqRDPn8
— CMO Odisha (@CMO_Odisha) November 11, 2020
ସେହିପରି ଆବାସିକ ବର୍ଗରେ ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଥରଚେପା ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ୫ମ ସ୍ଥାନ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଢାଞ୍ଚାରେ ଓଡ଼ିଶାର ପିଲାମାନଙ୍କୁ ଶିକ୍ଷା ଦିଆଯିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୧୫ ସେପ୍ଟେମ୍ବର ୧୯ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଗୁଣାତ୍ମକ ଶିକ୍ଷା ପାଇଁ ଏବେ ରାଜ୍ୟର ୩୧୪ଟି ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଗଢ଼ି ଉଠିଛି।
Comments are closed.