Odisha Link
Bridging the Missing Links in Odisha

କଟକ ITAT ଉଦଘାଟନ କରିଲେ ମୋଦୀ

କଟକ: ଆଜି କଟକର ଇନକମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲର କାର୍ଯ୍ୟାଳୟ ତଥା ଆବାସିକ କୋଠାକୁ ଉଦଘାଟନ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ୍‌ ମୋଦୀ ବୁଧବାର ଦିନ ଅପରାହ୍ନ ୪ଟା ୩୦ମିନିଟରେ ଏହି କୋଠାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଲେ ଉଦଘାଟନ। ପ୍ରଧାନମନ୍ତ୍ରୀଙ୍କ ସହ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ଜଜ୍ ମାନେ ଉପସ୍ଥିତ ଥିଲେ।

ଇନକମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ ଆଇଟିଏଟି ଭାବେ ବେଶ୍‌ ପରିଚି। ଏହା ଏକ ସ୍ୱସଂଶାସିତ ସଂସ୍ଥା। ଏହାର ମୁଖ୍ୟ ହେଉଛନ୍ତି ଅବସରପ୍ରାପ୍ତ ବିଚାରପତି ପିପି ଭଟ୍ଟ। ସେ ଝାଡଖଣ୍ଡ ଓ ଗୁଜୁରାଟ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। କଟକରେ ତିଆରି ହୋଇଥିବା ଆଇଟିଏଟିର ଏହି କୋଠା ୧.୬୦ ଏକରରେ ପରିବ୍ୟାପ୍ତ। ଏନେଇ ୨୦୧୫ରେ ରାଜ୍ୟସରକାର ମାଗଣାରେ ଜମି ଯୋଗାଇ ଦେଇଥିଲେ।

ଆଇଟିଏଟି ପ୍ରଥମ ଟ୍ରିବ୍ୟୁନାଲ ଭାବେ ୧୯୪୧, ଜାନୁଆରୀ ୨୫ରେ ଗଠିତ ହୋଇଥିଲା। ଏହାକୁ ମଦର୍ ଟ୍ରିବ୍ୟୁନାଲ୍ କୁହାଯାଏ। ୧୯୪୧ରେ ଏହାର ଦିଲ୍ଲୀ, କୋଲକାତା ଓ ବମ୍ବେରେ ତିନୋଟି ବେଞ୍ଚ୍ ରହିଥିଲା। ଏବେ ସାରା ଦେଶରେ ଆଇଟିଏଟିର ୬୩ଟି ବେଞ୍ଚ୍ ରହିଛି।

Comments are closed.