Odisha Link
Bridging the Missing Links in Odisha

ମାଲଗୋଦାମରେ ଚଢ଼ଉ, ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଜବତ

କଟକ: କଟକ ମାଲଗୋଦାମ ଭିତରେ ଚଢ଼ଉ। ଆଜି ଏକ ନକଲି ଲଙ୍କା ଓ ହଳଦୀ ଗୁଣ୍ଡ ଫ୍ୟାକ୍ଟ୍ରିରେ ପୁଲିସ ଅତର୍କିତ ଚଢ଼ଉ କରିଛି। ଚଢ଼ାଉ ସମୟରେ ପୁଲିସ ଘଟଣାସ୍ଥଳରୁ ୧୫ କୁଇଣ୍ଟାଲ ଓଜନର ନକଲି ସାମଗ୍ରୀ ଜବତ କରିଛି।

ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଏହି ନକଲି ଲଙ୍କା ଓ ହଳଦୀ ଗୁଣ୍ଡ କେଳେଙ୍କାରୀ କାରବାର କରୁଥିବା ମାମଲାର ମୁଖ୍ୟ ସଚିଦାନନ୍ଦ ସାହୁ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ଏଭଳି କାରବାର ଚାଲି ଆସିଥିବା ବେଳେ ସହଜରେ ପୁଲିସ ନଜରରେ ପଡୁ ନଥିଲା। କଟକ ସହର ସମେତ ଜିଲ୍ଲା ବାହାରକୁ ଏହି ନକଲି ସାମଗ୍ରୀ ଚାଲାଣ ହେଉଥିବା ପୁଲିସ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି।

Comments are closed.