Odisha Link
Bridging the Missing Links in Odisha

ଡିଜିଟାଲ ମିଡିଆ ରେଗୁଲେଟ୍ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆ ରେଗୁଲେଟ୍ ନେଇ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ ଓ ମିଡିଆ ଓ୍ବେବସାଇଟକୁ ରେଗୁଲେଟ୍ କରିବା ପାଇଁ ଆଣିଛନ୍ତି ନୂଆ ନିମୟ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏନେଇ ନୋଟିଫିକେସନ୍ ଜାରି କରିଛି। ନୂଆ ନିୟମ ମୁତାବକ ଅନଲାଇନ୍ ଫିଲ୍ମ, ଅଡିଓ-ଭିଜୁଆଲ ପୋଗ୍ରାମ ଓ ଅନଲାଇନ୍ ନ୍ୟୁଜ ପୋର୍ଟାଲ ଓ କଣ୍ଟେଣ୍ଟ ସୂଚନା, କରେଣ୍ଟ ଆଫେୟାର୍ସସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଓ ନିୟନ୍ତ୍ରଣରେ ରହିବ।

କେନ୍ଦ୍ର ସରକାର ଏହା ପୂର୍ବରୁ ସୁପ୍ରିମକୋର୍ଟରେ ଏକ ମାମଲାରେ କହିଥିଲେ, ଅନଲାଇନ୍ ମାଧ୍ୟମରେ ରେଗୁଲେସନ୍ ଟିଭି ଅପେକ୍ଷା ଆହୁରି ଅଧିକ ଜରୁରୀ। ଏବେ ସରକାର ଅନଲାଇନ୍ ମାଧ୍ୟମରୁ ନ୍ୟୁଜ୍ କିମ୍ବା କଣ୍ଟେଣ୍ଟ ଦେଉଥିବା ମାଧ୍ୟମକୁ ମନ୍ତ୍ରଣାଳୟ ଅଧିନରେ ରଖିବେ।

ପ୍ରିଣ୍ଟ ମିଡିଆ ପାଇଁ ପ୍ରେସ କମିଶନ, ନ୍ୟୁଜ ଚ୍ୟାନେଲ ପାଇଁ ବ୍ରୋଡକାଷ୍ଟର୍ସ ଆସୋସିଏସନ ଏବଂ ବିଜ୍ଞାପନ ପାଇଁ ବିଜ୍ଞାପନ ଷ୍ଟାଣ୍ଡାର୍ଡ କାଉନସିଲ ଅଫ ଇଣ୍ଡିଆ ରହିଛି। କିନ୍ତୁ ଅନଲାଇନ୍ ବିଷୟବସ୍ତୁ, ଅନ୍ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ସରକାର ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନଥିଲେ। ଏହି କାରଣରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଡିଜିଟାଲ ମିଡିଆକୁ ଅଣାଯାଇଛି।

ଓଟିଟି ପ୍ଲାଟଫର୍ମରେ ନ୍ୟୁଜ୍ ପୋର୍ଟାଲ୍, ହଟଷ୍ଟାର୍, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ଭିଡିଓ ଭଳି ଷ୍ଟ୍ରିମିଂ ସେବା ରହିଛି। ଅନଲାଇନ୍ ଆପ୍ସ ବା ଓଭର ଦ ଟପ୍ (ଓଟିଟି) ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସ, ହଟଷ୍ଟାର, ଜୀ ଫାଇଭ ଭଳି ଆପ୍ସ ପାଇଁ ଏକ ରେଗୁଲେଟୋରୀ ବଡ଼ି ତିଆରି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

ନ୍ୟୁଜ ପୋର୍ଟାଲ ଓ ମିଡିଆ ଓ୍ବେବସାଇଟକୁ ରେଗୁଲେଟ୍ କରିବା ପାଇଁ ସରକାର ୧୦ ସଦସ୍ୟ କମିଟି ଗଠନ କରିଥିଲେ। ଏହି କମିଟି ସୂଚନା ଓ ପ୍ରସାରଣ, ଆଇନ୍, ଗୃହ, ଆଇଟି ମନ୍ତ୍ରଣାଳୟ ଓ ଡିପାର୍ଟମେଣ୍ଟ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ପଲିସ ଏବଂ ପ୍ରମୋଶନ ସଚିବଙ୍କୁ ସାମିଲ କରାଯାଇଥିଲା।

Comments are closed.