Odisha Link
Bridging the Missing Links in Odisha

ଚଳିତ ବର୍ଷ ରାଜଧାନୀରେ ଫୁଟିବନି ବାଣ: ଡିସିପି

ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ।ଏ ନେଇ ଆଜି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଦୀପାବଳି ପାଳନ ନେଇ ସହରବାସୀଙ୍କୁ ସଚେତନ କରାଯାଇଛି। କରେନା ମହାମାରୀ କାରଣରୁ ଚଳିତ ବର୍ଷ ଦୀପାବଳିରେ କୌଣସି ପ୍ରକାର ବାଣ ଫୁଟିବା ନେଇ ସରକାର ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି।

ପୂର୍ବରୁ କଟକରେ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି। ବାଣ ଫୁଟାଇବା ଉପରେ କଟକଣା ଲାଗିଥିବାରୁ ସ୍ବତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି। ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ କରାଯିବ। ନିୟମ ଭାଙ୍ଗିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.