Odisha Link
Bridging the Missing Links in Odisha

ଡେଲିଭରି ବୟେଙ୍କ ନାଁରେ ୧୦ଲକ୍ଷର ଜିଏସଟି ଠକେଇ

ରାଉଲକେଲା : ପୁଣି ଜଣଙ୍କ ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଘଟିଛି ରାଉଲକେଲାରେ। ସୂଚନା ଅନୁସାରେ ଜଣେ ଡେଲିଭରି ବୟେଙ୍କ ନାଁରେ ୧୦ଲକ୍ଷର ଜିଏସଟି ଠକେଇ ହୋଇଛି। ସେ କମ୍ପାନୀ ଖୋଲି ୭୦ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ କରି ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ଦେଲେ ରାଉରକେଲା ଜିଏସଟି ଅଧିକାରୀ ।

ପୂର୍ବରୁ ବଲାଙ୍ଗୀରରେ ଘଟିଥିବା ଜିଏସ୍‌ଟି ଘୋଟାଲାର ତଦନ୍ତ ସରି ନଥିବା ବେଳେ ଏବେ ରାଉଲକେଲା ସମାନ ଧରଣର ଘୋଟାଲାରେ ବି ସାମ୍‌ନାକୁ ଆସିଛି। ବର୍ଷ ବର୍ଷ ଧରି ଏଠାରେ ଅନାୟାସରେ ଘୋଟାଲା ଚାଲିଥିବା ନେଇ ଜିଏସ୍‌ଟି ଅଧିକାରୀମା‌ନଙ୍କ ପାଖରେ ତଥ୍ୟ ପହଞ୍ଚି ସାରିଥିଲେ ହେଁ କେହି ବି ଏହା ଉପରେ ଲଗାମ ଲଗାଇ ପାରୁନାହାନ୍ତି।

Comments are closed.