Odisha Link
Bridging the Missing Links in Odisha

ସନ୍ଧ୍ୟାରେ ଦଳୀୟକର୍ମୀଙ୍କୁ ସମ୍ବୋଧିତ କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ବାଜିମାତ୍ କରିଛି ବିଜେଡି। ଉପନିର୍ବାଚନ ସଫଳତାକୁ ନେଇ ତିର୍ତ୍ତୋଲ ଓ ବାଲେଶ୍ୱରର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସନ୍ଧ୍ୟା ୬ଟାରେ ତିର୍ତ୍ତୋଲର ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ସନ୍ଧ୍ୟା ୬ଟା ୨୦ ମିନିଟରେ ବାଲେଶ୍ୱରୀ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ।

ଉପନିର୍ବାଚନରେ ବାଲେଶ୍ୱର ସଦର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ୱରରେ ୧୩ ହଜାରରୁ ଅଧିକ ଭୋଟରେ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି। ଅନ୍ୟପଟେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ୩୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

Comments are closed.