Odisha Link
Bridging the Missing Links in Odisha

ଆଇପିଏଲରୁ ଏତେ ଟଙ୍କା ରୋଜଗାର କଲେଣି ଧୋନୀ, ଆଉ କିଏ କେତେ କରିଛନ୍ତି ଜାଣନ୍ତୁ?

ନୂଆଦିଲ୍ଲୀ: ସରିଲା ୨୦୨୦ ଆଇପିଏଲ ମହାକୁମ୍ଭ। ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍‌ ଦେଇ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଚାମ୍ପିଅନ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ୧୦ କୋଟି ଟଙ୍କା ପୁରସ୍କାର ପାଇଛି।

ଆଇପିଏଲ ଇତିହାସରେ ସର୍ବାଧିକ ଅର୍ଥ ରୋଜଗାର କରିଥିବା ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ୍‌ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରହିଛନ୍ତି। ସେ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ମୋଟ୍‌ ୧,୩୭୮,୪୦୦,୦୦୦ ଟଙ୍କା ରୋଜଗାର କରିଛନ୍ତି। ୨୦୨୦ ଆଇପିଏଲ ସଂସ୍କରଣରେ ଧୋନୀଙ୍କ ଦରମା ଥିଲା ୧୫ କୋଟି ଟଙ୍କା। ବିଜ୍ଞାପନ ବାବଦକୁ ସେ ଚଳିତ ବର୍ଷ ଆଇପିଏଲ ସମୟରେ ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା କମାଇ ଥିବା ଜଣାପଡ଼ିଛି।

ଧୋନୀଙ୍କ ପରେ ରୋହିତ ଶର୍ମା ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ୧,୩୧୬,୦୦୦,୦୦୦ ଟଙ୍କା ଦରମା ବାବଦରେ ଆଇପିଏଲରୁ ପାଇଛନ୍ତି। ଚଳିତ ବର୍ଷ ତାଙ୍କର ଦରମା ଥିଲା ୧୫ କୋଟି ଟଙ୍କା। ସେହିପରି ବିରାଟ କୋହଲି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ସେ ୧,୨୬୨,୦୦୦,୦୦୦ ଟଙ୍କା ଦରମା ଆକାରରେ ପାଇଛନ୍ତି। ଏବର୍ଷ ସେ ସର୍ବାଧିକ ୧୭ କୋଟି ଟଙ୍କା ଦରମା ନେଇଥିଲେ।

ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି ସୁରେଶ ରାଇନା। ସେ ୯୯୭,୪୦୦,୦୦୦ କୋଟି ଟଙ୍କା ପାଇଛନ୍ତି। ସେହିପରି ୫ମ ସ୍ଥାନରେ ଥିବା ଗୌତମ ଗମ୍ଭୀର ୨୦୧୮ ପର୍ଯ୍ୟନ୍ତ ୯୪୬,୨୦୦,୦୦୦ ଟଙ୍କା ପାଇଛନ୍ତି। ସେହିପରି ଏବି ଡିଭିଲର୍ସ ୯୧୫,୧୬୫,୦୦୦ ଟଙ୍କା, ଯୁବରାଜ ସିଂହ ୮୪୬,୦୫୦,୦୦୦ ଟଙ୍କା, ସୁନୀଲ ନାରାଏନ ୮୨୭,୪୭୮,୦୦୦ ଟଙ୍କା, ସେନ୍‌ ଓ୍ବାଟସନ୍‌ ୭୭୧,୩୪୮,୨୫୦ ଟଙ୍କା ଏବଂ ରବିନ୍‌ ଉତ୍ଥାପା ୭୫୨,୭୬୭,୦୦୦ ଟଙ୍କା ରୋଜଗାର କରିଛନ୍ତି।

Comments are closed.