Odisha Link
Bridging the Missing Links in Odisha

ଖାରଜ ହେଲା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟର ଜାମିନ୍‌

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟର ଜାମିନ ଖାରଜ ହୋଇଛି। ଏନେଇ ଜାମିନ୍‌ ଖାରଜ କଲେ ଅତିରିକ୍ତ ଜିଲା ଦୌରାଜଜ୍। ନିକଟରେ ଦାଦାବଟି ଆଦାୟ ମାମଲାରେ ରାଜା ଆଚାର୍ଯ୍ୟ ଗିରଫ ହୋଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଘର ତିଆରି ନେଇ ଗ୍ୟାଙ୍ଗଷ୍ଟାର ରାଜା ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲେ। ପ୍ରତିମାସରେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ କରୁଥିଲେ। ଏକ ପୁରୁଣା ୱାରେଣ୍ଟ ବଳରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିଲା କଟକର ମାଲଗୋଦାମ ଥାନା ପୁଲିସ।

କୋର୍ଟଙ୍କ ସର୍ତ୍ତ ଖିଲାପ ପରେ ଗ୍ୟାଙ୍ଗଷ୍ଟର ରାଜାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ମାଲଗୋଦାମ ଥାନା ପୁଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିବା କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।

Comments are closed.