Odisha Link
Bridging the Missing Links in Odisha

୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର: କରୋନା କଟକଣା ଯୋଗୁଁ ଦୀର୍ଘ ୮ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର। ରାଜ୍ୟର ଭୁବନେଶ୍ୱର ଓ ଢେଙ୍କାନାଳରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟଟନ ବିଭାଗ। ପର୍ଯ୍ୟଟକଙ୍କ ପାଇଁ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଖୋଲାଯାଇଥିଲେ ହେଁ ସତର୍କତା ଓ କଟକଣାକୁ ଗୁରୁତ୍ୱ ଦିଆଯାଇଛି।

ସରକାରଙ୍କ ନିଷ୍ପତ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦେଶ ପରେ ଖୋଲିଛି ଉଭୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର। ସକାଳ ସାଢେ ୯ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲି ରହିବ। ତେବେ ଏଥର ପୂର୍ବଭଳି ନଛୁଇଁ କିପରି ଅନୁଭବ କରିବେ ସେଥିପାଇଁ କରାଯାଇଛି ସେନସର ବ୍ୟବସ୍ଥା।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜ୍ କରାଯାଉଛି। କୋଭିଡ କଟକଣା ସତ୍ତ୍ୱେ ବିଜ୍ଞାନ କେନ୍ଦ୍ର ବୁଲି ବେଶ୍ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଧୀରେ ଧୀରେ ପର୍ଯ୍ୟଟନ ସ୍ଥଳ ଖୋଲୁଥିବାବେଳେ ଏ ପର୍ଯ୍ୟନ୍ତ ଖୋଲିପାରିନି ପଠାଣୀ ସାମନ୍ତ ପ୍ଲାନେଟେରିୟମ୍।

Comments are closed.