Odisha Link
Bridging the Missing Links in Odisha

ସ୍ୱାଭିମାନ ଅଞ୍ଚଳରେ ମାଓ ଷଡ଼ଯନ୍ତ୍ର ପଣ୍ଡ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପଣ୍ଡ ହୋଇଛି ମାଓ ଷଡଯନ୍ତ୍ର। ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଅରାପଦ ଓ ଅଣ୍ଡରପାଲି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି।

ବିଏସଏଫ୍ ଓ ପୋଲିସର ମିଳିତ କମ୍ବିଂ ଅପରେସନରେ ଏହି ସଫଳତା ମିଳିଛି। ଜବତ ମାଓ ସାମଗ୍ରୀରେ ୩ ନଟ୍‌ ୩ ରାଇଫଲର ୯୩ଟି ଗୁଳି, ୧୩ ଡିଟୋନେଟର ଜବତ ହୋଇଛି। ଏଥିସହ ୧୪ଟି ଗ୍ରେନେଡ୍ ଓ ୨ଟି ଲ୍ୟାଣ୍ଡଲାଇନ୍ ମଧ୍ୟ ଜବତ ହୋଇଛି।

Comments are closed.