Odisha Link
Bridging the Missing Links in Odisha

୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଲମତାପୁଟ ପୋଲିସ ଏହି ଗଞ୍ଜେଇ ଜବତ କରିଛି। ଏକ ୪୦୭ ଗାଡ଼ିରେ ୧୦୩୬ କିଲୋଗ୍ରାମର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଚଢଉ କରି ଜବତ କରିଛି।

ଗତବାଲି ରାତିରେ ପୋଲିସ ପାଟ୍ରୋଲିଂ ବେଳେ ପୋଲିସ ଏହି ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଛି। ତେବେ ଏହି ଗଞ୍ଜେଇ ବିହାରକୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍‌ ସମୁଦାୟ ୬ ଜଣଙ୍କୁ ଗିରଫ କରିଛି।

Comments are closed.