Odisha Link
Bridging the Missing Links in Odisha

ଓପିଏସ୍‌ସିର ନୂଆ ସଦସ୍ୟ ହେଲେ ବିଭୁତି ପଟ୍ଟନାୟକ ଓ ସୁଧାଂଶୁ ରଥ

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ସମବାୟ ସମିତିର ପୂର୍ବତନ ରେଜିଷ୍ଟ୍ରାର୍‌ ବିଭୂତି ଭୂଷଣ ପଟ୍ଟନାୟକ ଓ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁଧାଂଶୁ ଶେଖର ରଥ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା ସଂଖ୍ୟା ୧୯୧୨୧/ଜେନ୍‌ ୨୧.୦୮.୨୦୨୦ରିଖ ଏବଂ ଅଧିସୂଚନା ସଂଖ୍ୟଶ ୧୯୧୨୮/ଜେନ୍‌ ୨୧.୦୮.୨୦୨୦ରିଖ ଦ୍ବାରା ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ପ୍ରତ୍ୟାଶା ପୂର୍ବକ ନିଯୁକ୍ତି ଦିଆଯାଇଛି।

ରାଜ୍ୟ କ୍ୟାବିନେଟ୍‌ ଆଜିର ବୈଠକରେ ଲୋକସେବା ଆୟୋଗରେ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କର ନିଯୁକ୍ତିକୁ ଅନୁମୋଦନ କରାଯାଇଛି।

Comments are closed.